ନେମାଳରେ ଜଳ ଛତ୍ର ପାଇଁ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ କୁ ଅନୁମତି ମିଳିଲା ନାହିଁ, ତୀବ୍ର ଅସନ୍ତୋଷ

କଟକ ସଦର,୨୯/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରସିଦ୍ଧ ନେମାଳ ପଦ୍ମବନ ପୀଠରେ ଆଜି ସୋମବାର ଦିନ ଅନୁଷ୍ଠିତ ହେଉଥିବା ପବିତ୍ର ସ୍ନାନଯାତ୍ରାର ଭିଡ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏକ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ଜଳ ଛତ୍ର ସେବା କେନ୍ଦ୍ର ଖୋଲିବା ପାଇଁ ଅନୁମତି ମଗା ଯାଇଥିଲା ବେଳେ ପ୍ରଶାସନ ଅନୁମତି ଦେଇନଥିଵାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସୂଚନାଯୋଗ୍ୟ ଯେ ଏହିପରି ସଂଗଠନ ପକ୍ଷରୁ ୪୨ ମୈ।ଜା କଳପଡା କଦମ୍ଵେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ ରଜ ମହୋତ୍ସବକୁ ପ୍ରଶାସନ ଶେଷ ମୁହୂର୍ତ୍ତରେ ଅନୁମତି ଦେଇ ପୁଣି ଫେରାଇ ନେଇଥିବାରୁ ଲକ୍ଷାଧିକ ଟଙ୍କା ବରବାଦ ହୋଇଥିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।ଏକ ସାମାଜିକ ସଂଗଠନ ପଛରେ ଏଭଳି ହୀନ ମାନସିକତା କାହା ସ୍ୱାର୍ଥରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *