ସାମାଜିକ ସଂଗଠନ ପ୍ରେମ ଚାରିଟେବୁଲ ଟ୍ରଷ୍ଟ ସମ୍ବର୍ଦ୍ଧିତ ।

କଟକ,୧୮/୬/୨୦୨୪ (ଓଡ଼ିଶା ସମାଚାର)-ସାଂସ୍କୃତିକ ସଙ୍ଗଠନ ପଞ୍ଚପୁଷ୍ପ କଳା ସଂସଦ ପକ୍ଷରୁ ଅନୁଷ୍ଠିତ ଶାସ୍ତ୍ରୀୟ ସଙ୍ଗୀତ,ନୃତ୍ୟ ଓ ଚିତ୍ରକଳା ଉତ୍ସବ ଶ୍ରୀରାମ ଚଂଦ୍ର ଭବନ କଟକରେ ଅନୁଷ୍ଠିତ ହୋଇ ସମାଜସେବା,ରକ୍ତଦାନ,ପରିବେଶ ସୁରକ୍ଷା,ଆଶ୍ରମ ସେବା,ପ୍ରବାସରେ ସମାଜସେବା ସହ ସାହିତ୍ୟ ସଂସ୍କୃତିର ବିକାଶ ଆଦି ବିଭିନ୍ନ ଦିଗରେ ଉଲ୍ଲେଖନୀୟ କୃତିତ୍ୱ ନେଇ ସାମାଜିକ ସଙ୍ଗଠନ ପ୍ରେମ ଚାରିଟେବୁଲ ଟ୍ରଷ୍ଟକୁ ସେବା ସମ୍ମାନ – ୨୦୨୪ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ସଭାରେ ଗୁରୁ ଶରତ ଚଂଦ୍ର ଉତ୍ତରାୟ,ସରସ୍ଵତୀ କଳା ପରିଷଦ କନ୍ଦରପୁର ସଂପାଦକ ଆଶୋକ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ରାଜ୍ୟ ସ୍ତରୀୟ ସମ୍ବର୍ଧନା ପ୍ରେମ ଚାରିଟେବୁଲ ସାମାଜିକ ସଙ୍ଗଠନ ପକ୍ଷରୁ ରାଜ୍ୟ ଆବାହକ ସମାଜସେବୀ ତଥା ରକ୍ତଦାତା ଇଂ.ସେବକ ଶ୍ରୀକାନ୍ତ ଉପସ୍ଥିତ ରହି ଗ୍ରହଣ କରିଛନ୍ତି । ସଙ୍ଗଠନର ପ୍ରତିଷ୍ଠାତା ଖ୍ୟାତି ସଂପନ୍ନ ସମାଜସେବୀ ଡକ୍ଟର ମନୋଜ କୁମାର ବଳ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଂସଦ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *