ଗରଦପୁର ପଂଚାୟତ ସମିତିର ୬ଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ

ଧାରଣାରେ ବସିଲେ ସରପଂଚ, ଭୁଲ ମାଗିଲେ ବିଡ଼ିଓ
ବିଡ଼ିଓ ଙ୍କୁ ଭେଟିଲେ ବିଜେପି ପ୍ରତିନଧି ମଣ୍ଡଳୀ
ଗରଦପୁର, ୧୮/୦୭/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ପଂଚାୟତ ସମିତିର ୬ଷ୍ଠ ସାଧାରଣ ବୈଠକ ପଂଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି । ହେଲେ ଆଜିର ଏହି ବୈଠକ ରେ ସଭା ଗୃହ ଭିତରେ ଓ ବାହାରେ ଅଭାବନୀୟ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଜିର ବୈଠକକୁ ବିଧାୟକ ଙ୍କୁ ଅତିଥି ଭାବେ ଯୋଗଦେବା ପାଇଁ ବିଡ଼ିଓ ବା ବ୍ଲକ୍ ପ୍ରଶାସନ ପକ୍ଷରୁ ଚିଠି କରାଯାଇଥିବାବେଳେ ସାଂସଦ ବୈଜୟନ୍ତ ପଣ୍ଡା ଙ୍କୁ ଚିଠି କରିବାକୁ ଭୁଲି ଯାଇଥିଲେ । ବୈଠକ ଆରମ୍ଭ ହେବା କ୍ଷଣି ବିଜେପି ସମର୍ଥôତ ସରପଂଚ ଓ ସମିତି ସଭ୍ୟ /ସଭ୍ୟାମାନେ ଗୃହରେ ହଟଗୋଳ କରିବା ସହିତ ବିଭିନ୍ନ ନାରାବାଜି କରିଥିଲେ ।

ବିଡ଼ିଓ ଙ୍କ୍ ଏଭଳି କାର୍ଯ୍ୟକୁ ନେଇ ବଙ୍ଗାଳପୁର ସରପଂଚ ଅମୀୟ କୁମାର ଜେନା ଓ ତେଣ୍ଡାକୁଡ଼ା ସରପଂଚ ମାନସ କୁମାର ରାଉତ ଗୃହ ମଧ୍ୟ ଭାଗକୁ ଆସି ବିଭିନ୍ନ ନାରାବାଜି କରିବା ସହ ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସଭା ଗୃହ ମଧ୍ୟରେ ଧାରରା ରେ ବସି ରହିଥିଲେ । ଗୃହର ଏପରି ଅଚଳାବସ୍ଥା ଦେଖି ବିଡ଼ିଓ ଆଲୋକ ରଂଜନ ସେଠୀ ଡ଼ାଏସ୍ ତଳକୁ ଆସି ଭୁଲ ହୋଇ ଯାଇଛି, ଭବିଷ୍ୟତରେ ଏପରି ଭୁଲ ହେବ ନାହିଁ ବୋଲି କହିବା ପରେ ଉଭୟ ଧାରଣାରତ ସରପଂଚ ନିଜ ନିଜ ଆସନକୁ ଫେରିଯାଇଥିଲେ । ଅପର ପକ୍ଷରେ ବିଡ଼ିଓ ଙ୍କ ଏପରି ଅକ୍ଷମଣୀୟ କାର୍ଯ୍ୟ ପାଇଁ ସଭା ଗୃହ ବାହାରେ ଓ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମୀମାନେ ମଧ୍ୟ ନାରାବାଜି କରିଥିଲେ । ଏହି ଘଟଣାକୁ

ଧାରଣାରେ ସରପଂଚ

ନେଇ ବିଜେପି ରାଜ୍ୟ ପରିଷଦ ସଦସ୍ୟ ଅଂଜନ ଦେବତାଙ୍କ ନେତୃତ୍ୱରେ ସଂଚାର ନିଗମ ଉପଦେଷ୍ଟା ବିଜୟ କୁମାର ନାୟକ, ଚିତରଂଜନ ଚୌଧୁରୀ, ତିକନପୁର ସମିତି ସଭ୍ୟା କବିତା ଦେବତା, ଶ୍ରୀକାନ୍ତ ସେନାପତି ଙ୍କ ସମେତ ଅନେକ ବିଜେପି ନେତା ଗୃହ ବାହାରେ ଏହି ଘଟଣାକୁ ନିନ୍ଦା କରିବା ସହ ବିଡ଼ିଓ ଙ୍କୁ ଭେଟି ଏ ସଙ୍କ୍ରାନ୍ତରେ ଆଲୋଚନା କରିବା ସହ ବିଡ଼ିଓ ଜାଣି ଶୁଣି ଏପରି କରିଛନ୍ତି ବୋଲି ଅଭିଯୋଗ କରିଥିଲେ ।

ଏହା ଛଡ଼ା ପୂର୍ବରୁ ପ୍ରତ୍ୟେକ ବୈଠକରେ ସାଂସଦ ଦୀର୍ଘ ଦିନ ପୂର୍ବରୁ ଚିଠି ପାଇବା ସହ ନିଜର ପ୍ରତିନିଧବଙ୍କୁ ବୈଠକକୁ ପଠାଉଥିଲେ । ତେବେ ଆଜିର ବୈଠକକୁ ଚିଠି କରିବାରେ କଣ ଅସୁବିଧା ରହିଲାବୋଲି ଜାଣିବାକୁ ଚାହିଁଥିଲେ । ଚିଠି ମେଲ ଦ୍ୱାରା କରାଯାଇଥିଲା , ହେଲେ ସାଂସଦଙ୍କ ମେଲ ଆଇଡ଼ି ଭୁଲ ଥିବାରୁ ଚିଠି ପହଂଚି ପାରିନାହିଁ ବୋଲି ବିଡ଼ିଓ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ ।

କେବଳ ସେତିକି ନୁହେଁ ଯେଉଁ ଜଣେ କର୍ମଚାରୀ ଙ୍କ ଦ୍ୱାରା ସାଂସଦଙ୍କ ପୂର୍ବତନ ପ୍ରତିନିଧି ବିଜୟ ନାୟକଙ୍କ ନିକଟକୁ ପଠାଇଥିଲେ ବି ଉକ୍ତ କର୍ମଚାରୀ ଜଣକ ଚଂଚକତା କରି ମିଥ୍ୟା ଦସ୍ତଖତ କରି ଆଣି କାର୍ଯ୍ୟାଳୟରେ ଦାଖଲ କରିଥିଲେ ବୋଲି ଅନୁସନ୍ଧାନରୁ ଜଣାପଡ଼ିଥିଲା । ଏପରି ବିଡ଼ିଓ ଙ୍କ ଆଖିରେ ଅଙ୍ଗୁଳି ଗେଂଜି ଚଂଚକତା କରିଥିବା କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ପ୍ରତିନିଧି ଦଳ ଦାବି କରିବା ପରେ ବିଡ଼ିଓ ଉକ୍ତ କର୍ମଚାରୀଙ୍କୁ ଡ଼ାକି ପଚାରିବା ସହ ଏପରି ଭୁଲ ହେପରି ଆଉ ନହୁଏବୋଲି ଉକ୍ତ କର୍ମଚାରୀଙ୍କୁ ତାଗିଦ କରିଥିଲେ ।

ଆଜିର ବୈଠକକୂ ପୂର୍ବ ବୈଠକ ପରି ସାମ୍ବାଦିକଙ୍କୁ ବୈଠକକୁ ମନା କରିଥିଲେ ଏବଂ ବୈଠକର ଏଜେଣ୍ଡା ମଧ୍ୟ ପ୍ରଦାନ କରାଯାଇନଥିଲା । ଗୃହ ବାହାରୁ ସାମ୍ବାଦିକମାନେ ଖବର ସଂଗ୍ରହ କରିଥିଲେ । ଆଜିର ବୈଠକ ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ ଙ୍କ ଅଧ୍ୟକ୍ଷତାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ପାନୀୟ ଜଳ, ଖାଦ୍ୟ ଯୋଗାଣ ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଉପରେ ଆଲୋଚନା ହୋଇଥିଲା । ବୈଠକରେ ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦେଇ ପଂଚାୟତ ପ୍ରତିନିଧି ମାନଙ୍କ ସହିତ ବିଡ଼ିଓ ପରାମର୍ଶ କରି କୌଣସି ଦୁର୍ନିତି ନକରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ବୈଠକରେ କହିଥିବା ନେଇ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରିଥିଲେ । ଏହି ବୈଠକରେ ଜିଲା ପରିଷଦ ସଦସ୍ୟା ଡ଼ଲି ଶତପଥି, ସଭ୍ୟ ସତ୍ୟାନନ୍ଦ ରାଉତ, ତହସିଲଦାର ତୃପ୍ତି ଦାସ, ଏବିଡ଼ିଓ ସଂଜୟ ଦାସ, ଜିପିଓ ପାର୍ବତୀ ବାରିକ ,ବିଭିନ୍ନ ପଂଚାୟତର ସରପଂଚ ଓ ସମିତି ସଭ୍ୟ/ ସଭ୍ୟା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *