ଯୁବ ସାମ୍ବାଦିକ ଦୀପକ ସାହୁଙ୍କ ଦ୍ଵାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ୨୮/୦୬/୨୦୨୬ (ଓଡ଼ିଶା ସମାଚାର)- (ଓଡିଶା ସମାଚାର/ ଅଭୟ ଜେନା )ମାହାଙ୍ଗା ପ୍ରେସ କ୍ଲବ ଓ ଦୀପକ ସାହୁ ସ୍ମୃତି କମିଟି ଆନୁକୂଲ୍ୟରେ ଯୁବ ସାମ୍ବାଦିକ ଦୀପକ ସାହୁଙ୍କ ସ୍ମୃତି ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ସାହୁଙ୍କ ସାମ୍ବାଦିକତା ଜୀବନର ବହୁ ସ୍ମରଣୀୟ ଘଟଣାବଳୀ ଉପରେ ଆଲୋକପାତ କରିଥିଲେ ।

ପ୍ରେସକ୍ଲବର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀଧର ଖୁଣ୍ଟିଆ ପ୍ରାରମ୍ଭିକ ସୂଚନା ଦେବା ସହିତ ଦୀପକ ଜଣେ ନିଷ୍ଠାପର ଓ ଦାୟୀତ୍ୱସମ୍ପନ୍ନ ବ୍ୟକ୍ତିଥିଲେ ବୋଲି କହିଥିଲେ । ସମ୍ବାଦର ପ୍ରତିଷ୍ଠାତା ସମ୍ପାଦକ, ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ,ପ୍ରତ୍ୟେକ ମଣିଷ ଜୀବନରେ ସତ୍ୟନିଷ୍ଠ ଓ ନିର୍ଭିକ ହେବାକୁ ଆହ୍ୱାନ ଦେଇଥିଲେ । ସେବା ଓ ତ୍ୟାଗ ଭାବନା ବ୍ୟକ୍ତିକୁ ମହତ ମଣିଷରେ ପରିଣତ କରିପାରିବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।

   ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଲେ ସାମ୍ବାଦିକ ମାନେ ସବୁବେଳେ ସମାଜରେ ବଡ଼ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରନ୍ତି । ଦୀପକ ସାହୁଙ୍କ ଭଳି ନିର୍ଭିକ ସାମ୍ବାଦିକ ସେଥିପାଇଁ ମନେରହିବେ । ମାହାଙ୍ଗା ପ୍ରେସକ୍ଲବର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀଧର ଖୁଣ୍ଟିଆ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

  ଏହି କାର୍ଯ୍ୟକ୍ରମରେ ପ୍ରେଫେସର ଡକ୍ଟର ଯୁଧିଷ୍ଠିର ଖଟୁଆ, ଡକ୍ଟର ଜନାର୍ଦ୍ଦନ ରାଉତ, ଡକ୍ଟର ଭାବଗ୍ରାହୀ ରାଉତ, ଶିକ୍ଷାବିତ ଲାଳବିହାରୀ ଜେନା, ଡକ୍ଟର ଭାଗ୍ୟଧର ସାହୁ, ସାମ୍ବାଦିକ ଅକ୍ଷୟ କୁମାର ଦାଶ, ଡକ୍ଟର ଏକାଦଶୀ ପ୍ରଧାନ, ପ୍ରାଧ୍ୟାପକ ଯତୀନ୍ଦ୍ର ନାଥ ରାଉତ, ସାହିତ୍ୟିକ ହେମନ୍ତ କୁମାର ଜେନା, ସଂସ୍କୃତି ଗବେଷକ ଶୁଭେନ୍ଦୁ ଭୂୟାଁ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟନ୍ତ ମହାପାତ୍ର,ଆଇଆଇସି ଦିଲ୍ଲୀପ କୁମାର ମହାନ୍ତି,ଯାଜପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ, ସମାଜସେବୀ ମାସୁଦ ଅଲ୍ଲୀ, କବି ପ୍ରଭାତ କୁମାର କର, ଆଇନୀଜୀବୀ ଦୀପକ ମହାନ୍ତି, ଆଇନୀଜୀବୀ ଦେବରାଜ ବେହେରା, ଆଇନୀଜୀବୀ ପ୍ରକାଶ ଚନ୍ଦ୍ର ଦାସ,ଆଇନୀଜୀବୀ ଆଲୋକ ଜେନା, ଅଧ୍ୟାପକ ମନୋଜ ସାହୁ, ଗଣପତି ମଧୁ ବୈଶ୍ୟ ସମିତି ସଭାପତି ଦୈତାରୀ ସାହୁ,

ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, କବି ଲବଙ୍ଗଳତା ରାଉତ,କଂଗ୍ରେସ ନେତା ଅଜୟ ସାମଲ, ପୂର୍ବତନ ବ୍ଲକ ଚେୟାରମ୍ୟାନ ରାଜକିଶୋର ଜେନା,ଶିକ୍ଷାବିତ ପ୍ରଦ୍ୟୁମ୍ନ ବାରିକ, ସାମ୍ବାଦିକ ତାପସ ବିଶ୍ୱାଳ, ଇଞ୍ଜିନିୟର ଆକାଶ ଭୂୟାଁ, ଯୁବ ସମାଜସେବୀ ସନ୍ତୋଷ ବଳ,ସାମ୍ବାଦିକ ମନୋଜ ଆଚାର୍ଯ୍ୟ, ସାମ୍ବାଦିକ ଏକାଦଶୀ ସେଠୀ, ସାମ୍ବାଦିକ ପ୍ରକାଶ ସାମଲ,ସାମ୍ବାଦିକ ରାମକୃଷ୍ଣ ସାହୁ,ସାମ୍ବାଦିକ ବିଜୟ କୁଅଁର,ସାମ୍ବାଦିକ ଆଶିଷ ପଣ୍ଡା, ସାମ୍ବାଦିକ ଅଶୋକ ଦାଶ,ସାମ୍ବାଦିକ ରମେଶ ସାହୁ,ସାମ୍ବାଦିକ ଧନେଶ୍ୱର ସେଠୀ, ସାମ୍ବାଦିକ ସତ୍ୟବ୍ରତ ବାରିକ, ସାମ୍ବାଦିକ ପୂର୍ବତନ ସରପଞ୍ଚ ଦିଲ୍ଲୀପ ଷଣ୍ଢ, ସମାଜସେବୀ କ୍ରିଷ୍ଣକାନ୍ତ ଷଢଙ୍ଗୀ,ସାମ୍ବାଦିକ ପ୍ରେମାନନ୍ଦ ପରିଡା,ହୃଷିକେଶ ବେହେରା, ଶିବ ଚରଣ ଜେନା, ସାମ୍ବାଦିକ ରଶ୍ମିରଂଜନ ମହାନ୍ତି,ସାମ୍ବାଦିକ ବିକାଶ ମହାନ୍ତି, ଜଜେ୍ଞଶ୍ୱର ବିଶ୍ୱାଳ, ସୁବ୍ରତ ମହାନ୍ତି, ଡଲି ବେହେରା, ସୁରେଶ ବଳ, ସାମ୍ବାଦିକ ଅମୀୟ ନାୟକ,ପ୍ରକାଶ ନାୟକ, ଅଶୋକ ପ୍ରହରାଜ, ପ୍ରଦୀପ୍ତ ମହାରଣା,ରମଣି ରଞ୍ଜନ ସାମଲ, କଣ୍ଠଶିଳ୍ପୀ ଧରିତ୍ରୀ ଜେନା,ପ୍ରମୁଖ ସ୍ବର୍ଗତ ସାହୁଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

      ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ଭକ୍ତ ଚରଣ ସାହୁ,ପ୍ରମୋଦ କୁମାର ସାହୁ, ରଜତ କୁମାର ସାହୁପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *