ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ

କଟକ, ୨୮/୦୬/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପଟଣା ପରିସରରେ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳ ଗୋବିନ୍ଦ ପ୍ରଧାନଙ୍କର ଜନ୍ମ ଶତ ବାର୍ଷିକୀ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ସରୋଜ ନଳିନୀ ପରିଜା,ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ଭଏସ୍ ଅଫ୍ ମିଡିଆର ଜିଲ୍ଲା ସଭାପତି ବିଶିଷ୍ଟ ସାମ୍ୱାଦିକ ଅନିଲ ଦାସ,ଶିକ୍ଷକ ମିହିର ନାୟକ,ଇତିଶ୍ରୀ ସାହୁ,ସୁନ୍ଦରୀ ପରିଡ଼ା, ପ୍ରୀତି ସାହାଣୀ,ପାୟଲ ସାମନ୍ତରାୟ, ଅଙ୍କିତା ସ୍ୱାଇଁ,ସ୍ଵାତୀ ସାଗରିକା ପାତ୍ର, ତେଜସ୍ଵିନୀ ମହାନ୍ତି ଓ ମାନସୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଷ୍ଠାନ ନାରୀ ସେଲ ସଂଯୋଜିକା ଶ୍ରାବନ୍ତିକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *