ମିଶ୍ର ଟ୍ୟୁଟୋରିଆଲ ନିର୍ଦେଶକଙ୍କ ପିତୃ ବିୟୋଗ

ନିମାପଡ଼ା,୨୯/୦୩/୨୦୨୪ (ଓଡ଼ିଶା ସମାଚାର)- ମଙ୍ଗଳବାର ଭୋରୁ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୭ନମ୍ବର ୱାର୍ଡ ଅନ୍ତର୍ଗତ ଅଣ୍ଢିଆ ଶାସନ ବାସିନ୍ଦା  ସନ୍ଧ୍ୟାରାଣୀ ଏଜୁକେଶନାଲ ଟ୍ରଷ୍ଟର ଟ୍ରଷ୍ଟି ମିଶ୍ର ଟ୍ୟୁଟୋରିଆଲ ନିର୍ଦେଶକଙ୍କ ପିତା ପ୍ରଭାତ ମିଶ୍ର ହୃଦଘାତରେ ୭୯ ବର୍ଷ ବୟସରେ ପରଲୋକ ଘଟିଛି ।  ସେ ଜଣେ ପରୋପକାରୀ,ଅମାୟିକ ଧର୍ମପରାୟଣ ବ୍ୟକ୍ତି ଥିଲେ ।  ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  ମୃତ୍ୟୁ ଶଯ୍ୟାନିକଟରେ ସହଧର୍ମିଣୀ, ପୁତ୍ର, ପୁତ୍ରବଧୂ,ଦୁଇ ଝିଅ ଜ୍ୱାଇଁ ଓ ନାତିନାତୁଣୀ ଉପସ୍ଥିତ ଥିଲେ ।  ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷମାନେ ବାସଭବନ ଯାଇ ପାର୍ଥୀବ ଶରୀରର ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା ।  ଏକ ମାତ୍ର ପୁତ୍ର ଅୟସକାନ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ  ।

Leave a Reply

Your email address will not be published. Required fields are marked *