ଭୁବନ ୧୯/୦୯/୨୦୨୫ (ଓଡ଼ିଶା ସମାଚାର)- ଭୁବନ ସବ ଡିଭିଜନ କ୍ରିୟାନୁଷ୍ଠାନ କମିଟି ର ଏକ ପ୍ରତିନିଧି ମଣ୍ଡଳୀ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଙ୍କ ନେତୃତ୍ଵରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ସାକ୍ଷାତ କରି ଏନ୍ ଏ ସି ଏବଂ ବ୍ଲକ ଅଧ୍ୟକ୍ଷା ଙ୍କ ସ୍ୱାକ୍ଷର ଥିବା ଦାବିପତ୍ର ପ୍ରଦାନ କରିଥିଲେ।
କ୍ରିୟାନୁଷ୍ଠାନ କମିଟି ସଦସ୍ୟ ରାଜସ୍ବ ମନ୍ତ୍ରୀ ଙ୍କୁ ସରକାର ଙ୍କ ନୋଟିଫିକେସନ ଅନୁଯାୟୀ ଭୁବନ ଏନଏସି ଓ ଭୁବନ ବ୍ଲକ ର ଲୋକସଂଖ୍ୟା, ଭୌଗଳିକ ଭିତ୍ତିଭୂମି ଆଧାର କୁ ନେଇ ଭୁବନ କୁ ସବଡିଭିଜନ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀ ରେ କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରେମାନନ୍ଦ ଜେନା ଙ୍କ ସମେତ ଡଃ ସୁବାଷ ନାୟକ,ପୂର୍ବତନ ନଗରପାଳ ନରହରି ସାହୁ , ସନାତନ ପାତ୍ର,ଅଜୟ ସେଠୀ, ସମୀର କୁମାର ସାହୁ,ମନୋଜ କୁମାର ସାହୁ, ନରେନ୍ଦ୍ର ବେହେରା,ଲକ୍ଷ୍ମଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
