ମାହାଙ୍ଗା, ୨୫/୦୬/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ବ୍ଲକ ଅନ୍ତର୍ଗତ ସାହାପୁର ଗ୍ରାମର ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ପରିସରରେ ହନୁମାନ ମନ୍ଦିର ଓ ସେଥିରେ ହନୁମାନଙ୍କ ବିଗ୍ରହ ଯଥାବିଧି ପ୍ରତିଷ୍ଠା କରାଯାଇଛି। ମଙ୍ଗଳବାର ଦିନ ଅଙ୍କୁରା ରୋପଣ କରାଯିବା ସହ ବିରୂପା ନଦୀରୁ ମହିଳା ଓ ପୁରୁଷ ମାନେ କଳସ ଶୋଭାଯାତ୍ରାରେ ଆଣି ମନ୍ଦିରରେ ସ୍ଥାପନ କରିଥିଲେ।
ବୁଧବାର ଦିବସ ବ୍ୟାପୀ ପୂଜାର୍ଚ୍ଚନା ଓ ଯଜ୍ଞ ସମାପନ ପରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା ପାଇଥିଲେ। ରବିନାରାୟଣ ମହାନ୍ତି ଓ ଧର୍ମପତ୍ନୀ ବୀଣାପାଣି ମହାନ୍ତି କର୍ତ୍ତୀକର୍ତ୍ତା ଭାବରେ ଯୋଗଦେଇ ସମସ୍ତ ପୂଜା,ଯଜ୍ଞ ଓ ପ୍ରତିଷ୍ଠା ବିଧି ସମ୍ପନ୍ନ କରିଥିଲେ। କୈଳାଶ ଚନ୍ଦ୍ର ମହାନ୍ତି, ମଦନମୋହନ ମହାନ୍ତି, ବିଶେଶ୍ୱର ମହାନ୍ତି, ପୂର୍ବତନ ଜିଲ୍ଲାପାଳ ଗଙ୍ଗାଧର ସିଂହ, ସ୍ୱର୍ଣ୍ଣପ୍ରଭା ମହାନ୍ତି, ଅମୂଲ୍ୟ ମହାନ୍ତି, ସତ୍ୟନାରାୟଣ ମହାନ୍ତି,ପାର୍ଥସାରଥୀ ବାରିକ, ଅଶ୍ଵିନୀ ମହାନ୍ତି, ଶିବ ସିଂହ, ଅଶୋକ ମହାନ୍ତି ପ୍ରମୁଖ ଏହି ମହାନ୍ କାର୍ଯ୍ୟକ୍ରମର ସହଯୋଗ କରିଥିଲ। ଶତାଧିକ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ଭୋଜନର ବ୍ୟବସ୍ଥା କରାଯାଇଥିଲା। ସର୍ବ ଶେଷରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।
