କଟକ ସଦର, ୨୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜୁ ଜନତା ଦଳର ବିପର୍ଯ୍ୟୟ ପାଇଁ ସବୁ ସମୟରେ କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ଦାୟୀ କରି ଖୋଲା ମନ୍ତବ୍ୟ ଦେଇ ଆସୁଥିବା କଟକ ଜିଲ୍ଲା ବିଜେଡ଼ି ର ପୂର୍ବତନ ସଭାପତି ତଥା ରାଜ୍ୟର ବରିଷ୍ଠ ନେତା, ବିଜେପି ର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବିଜେଡ଼ିରେ ଵ୍ୟୁରୋକ୍ରାଟ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ ଙ୍କ ଯୋଗଦାନ କୁ ନେଇ ଵହେ ବର୍ଷିଛନ୍ତି। ସୁଜାତାଙ୍କ ଏଣ୍ଟ୍ରି ପରେ ବିଜେଡିର ପଲଟିକାଲ ସୁଇସାଇଡ୍ ଆରମ୍ଭ ହେଲା ବୋଲି ଦେବାଶିଷ କହିଛନ୍ତି।
ରାଜନୀତିରୁ ସନ୍ନ୍ୟାସ ନେବା ବାହାନାରେ ଟ୍ରଷ୍ଟକୁ ହାତେଇ ନେବା ପରେ ନିଜ ସ୍ତ୍ରୀ ସୁଜାତାଙ୍କୁ ନେଇ ପୁଣି ସେହି ଯାଗାରେ ବସାଇବା ଆଉ କେଉଁ ସ୍ୱାର୍ଥରେ ବୋଲି ଦେବାଶିଷ କହିଛନ୍ତି। ବିଜେଡ଼ି ସୁଜାତାଙ୍କୁ ଅସାଧାରଣ ବ୍ୟକ୍ତିତ୍ଵ କହି ପ୍ରଶଂସା କରିବ ସତ ହେଲେ ସୁଜାତାଙ୍କ ରାଜନୈତିକ ଦକ୍ଷତା କିମ୍ବା ରାଜ୍ୟରେ ତାଙ୍କର ଲୋକପ୍ରିୟତା ନାହିଁ ବୋଲି ଦେବାଶିଷ କହିଛନ୍ତି। ବିଜେପି ସାଂସଦ ଦେବାଶିଷଙ୍କ ଏହି ମନ୍ତବ୍ୟ ଆଗକୁ ବିଜୁ ଜନତାଦଳରେ କି ପ୍ରଭାବ ପକାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
