ଅନ୍ଧାରରେ କେନ୍ଦ୍ରାପଡା ଜିଲା କଂଗ୍ରେସ

କେନ୍ଦ୍ରାପଡ଼ା,୨୯/୧୧/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା କଂଗ୍ରେସ ଏବେ ଅନ୍ଧାରରେ ରହିଛି । ଫଳରେ କଂଗ୍ରେସ କର୍ମୀ ଓ ନେତାମାନେ ଅନ୍ଧାର ଭିତରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏହାର ଅର୍ଥ ହେଉଛି ଜିଲା କଂଗ୍ରେସ ଭବନରେ କିଛିଦିନ ହେବ ବିଦୁ୍ୟତ ସଂଯୋଗ କଟିଯାଇଛି । ଯାହାଫଳରେ କୌଣସି ଗୁରୁତ୍ୱପୂର୍ଣ୍ଣ ବୈଠକ ହେଲେ ନେତା ଓ କର୍ମୀମାନେ ଅନ୍ଧାରରେ ବସି ରହୁଛନ୍ତି ।

ଏହାଦ୍ୱାରା ଫଳପ୍ରଦ ଆଲୋଚନା ହୋଇପାରୁ ନାହିଁ । ବିଦୁ୍ୟତ ନଥିବାରୁ ପଙ୍ଖା ବୁଲୁ ନାହିଁ । ସେହିପରି ମାଇକ ମଧ୍ୟ ବାଜୁ ନାହିଁ । ତେଣୁ ନେତାମାନେ କ’ଣ କହୁଛନ୍ତି ଦୂରରେ ବସିଥିବା କର୍ମୀମାନେ ତାହା ଶୁଣିପାରୁ ନାହାନ୍ତି । ଫଳରେ କଂଗ୍ରେସର ରଣନୀତି ପ୍ରସ୍ତୁତ ହୋଇପାରୁ ନାହିଁ । ଏଣୁ ଜିଲା କଂଗ୍ରେସ ଏବେ ଅନ୍ଧାରରେ ରହିଛି ବୋଲି କେତେକ କଂଗ୍ରେସ କର୍ମୀ ଓ ନେତା କହିଛନ୍ତି ।

Leave a Reply

Your email address will not be published. Required fields are marked *