କଟକ ୨୫/୦୬/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) କଟକ ସଦର ଥାନା ଉରାଳୀ ପଞ୍ଚାୟତ ଅନ୍ତର୍ଗତ ସଇନ୍ଧା ବାଲିସାହିସ୍ଥିତ ମା’ ଜାଗେଶ୍ଵରୀଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସିଢୁଆ ନଦୀରୁ ସହସ୍ରାଧିକ ମହିଳା ଓ ପୁରୁଷ ଘଣ୍ଟ, ଘଣ୍ଟା ସଂକୀର୍ତ୍ତନ ସହ ମା’ ଜାଗେଶ୍ଵରୀଙ୍କ ପୀଠରେ ପହଞ୍ଚିଥିଲେ। ଏହି ଯଜ୍ଞ ୪ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ। ପ୍ରଥମ ଦିନ ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା, ସନ୍ଧ୍ୟାରେ ଓଡ଼ିଶୀ ସଂକୀର୍ତ୍ତନ, ଦ୍ଵିତୀୟ ଦିବସରେ ଅଗ୍ନିସ୍ଥାପନ ଓ ସନ୍ଧ୍ୟାରେ ଓଡ଼ିଶୀ ସଂକୀର୍ତ୍ତନ, ତୃତୀୟ ଦିବସ ସନ୍ଧ୍ୟାରେ ଶରୀରତତ୍ତ୍ବ ଭଜନ ଓ ଚତୁର୍ଥ ଦିବସରେ ପୂର୍ଣ୍ଣାହୂତି ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି । ଉକ୍ତ କାର୍ଯ୍ୟକ୍ରମକୁ ବାଲିସାହି ଓ ସଇନ୍ଧାର ଗ୍ରାମବାସୀମାନେ ପରିଚାଳନା କରୁଛନ୍ତି।
ମା’ ଜାଗେଶ୍ଵରୀ ଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ
