ବାଲିଗୁଡ଼ା,୧୦/୦୨/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ର ଦଣ୍ଡପଦର ସ୍ଥିତ ଯାତ୍ରା ପଡ଼ିଆ ଠାରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଓଡିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି କନ୍ଧମାଳ ଜିଲ୍ଲା ମହିଳା ସଶକ୍ତି କରଣରେ ସବୁଠାରୁ ଆଗୁଆ ଜିଲ୍ଲା । ଏଠିକାର ମହିଳା ସ୍ଵୟଂ ସହାୟକ ଗୃପ ର ଉତ୍ପାଦିତ ସାମଗ୍ରୀ ବିଶ୍ଵ ବଜାରରେ ଚାହିଦା ଅଛି । ଏଠିକାର ହଳଦୀ ,ଷ୍ଟ୍ରବେରି ,ସୋରିଷ ସମେତ ଅନ୍ୟାନ୍ୟ ଜୈବିକ ପରିବା ଚାଷ ବେଶ ପରିଚିତ । ଏଠିକାର ମହିଳା ମାନେ ଜଣେ ଜଣେ ଲକ୍ଷପତି ଦିଦି ତିଆରି ହେବେ ବୋଲି ମୁ ଆଶାବାଦୀ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ଏହି ସଭା ରେ ଜିଲ୍ଲା ମିଶନ ଶକ୍ତି ର ନିର୍ଦ୍ଦେଶକ ତଥା କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ସଭାପତିତ୍ଵ କରିଥିଲେ । ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ,ଜି ଉଦୟଗିରୀ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଅତିଥି ଭାବରେ ଯୋଗ ଦେଇ ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଉପସ୍ଥିତ ଦର୍ଶକ ଓ ମହିଳା ଉଦ୍ୟୋଗୀ ମାନଙ୍କୁ ଏହି ମେଳାର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମହିଳା ମାନଙ୍କର ଆର୍ଥିକ ସ୍ୱାବଲମ୍ବୀ ଓ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଉଦେଶ୍ୟ ରେ ଏହି ମେଳା ଅନୁଷ୍ଠିତ ହେଉଥିବା ଏବଂ ମହିଳାମାନେ କିପରି ସ୍ୱୟଂ ରୋଜଗାରୀ ହୋଇ ସମାଜରେ ନିଜ ସ୍ଥାନ ସୃଷ୍ଟି କରି ପାରିବେ ଜ୍ଝ ଏହି ସୁଭଦ୍ରା ଶକ୍ତି ମେଳା ନାରୀ ସଶକ୍ତିକରଣ ରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କିଭଳି ଆଗାମୀଦିନରେ ଲକ୍ଷପତି ଦିଦି ହେବା ପାଇଁ ଉଦ୍ୟମ କରିବାକୁ କହିଥିଲେ ।
ଏହି କାର୍ୟ୍ୟକ୍ରମ ର ଶେଷରେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣିତା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟ ରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ କୃପା ସିନ୍ଧୁ ବେହେରା , ଫୁଲବାଣୀ ପ୍ରକଳ୍ପ ଅଧିକାରୀ ଗଦାଧର ପାତ୍ର ,ଜିଲା ସମାଜ ମଙ୍ଗଳ ଅଧିକାରୀ ସ୍ନେହଲତା ସାହୁ, ବାଲିଗୁଡା ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ, ତହସିଲଦାର ଦିପ୍ତି ପ୍ରକାଶ ବେହେରା, ବାଲିଗୁଡା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ପ୍ରମୁଖ ଉପସ୍ଥିତି ଥିଲେ । ଏ କାର୍ୟ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।ଏହି ମେଳା ୧୪ ତାରିଖ ପର୍ୟ୍ୟନ୍ତ ଚାଲୁଥିବା ବେଳେ ବିଶେଷ କରି ଜିଲ୍ଲା ତଥା ଜିଲ୍ଲା ବାହାରର ଶତାଧିକ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ବିଭିନ୍ନ ମହିଳା ଉଦ୍ୟୋଗୀ ମାନେ ଅଂଶ ଗ୍ରହଣ କରି ସରକାରଙ୍କ ଯୋଜନା ମାଧ୍ୟମରେ ଉପକୃତ ହେବେ । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସୁଭଦ୍ରା ଶକ୍ତି ମେଳା ମାଧ୍ୟମରେ ମହିଳା ଶକ୍ତିକରଣ ସହିତ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ୟ ।
