ପୋଲିସର ଅତର୍କିତ ଚଢ଼ାଉ: ଛତ୍ରଭଙ୍ଗ ଦେଲେ ମାଫିଆ, ପାୱାର ଟିଲର ଜବତ

ନିରାକାରପୁର, ୦୭/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ଆଇଆଇସି ବିଶ୍ୱଜିତ ରାଉତରାୟ କୌଣସି ସୂତ୍ରରୁ ଖବର ପାଇ ବଡ଼ପୋଖରିଆ ଚଳୁଥିବା ବେଆଇନ ପଥର ଖଣି ଉପରେ ଆଜି ସନ୍ଧ୍ୟାରେ ଚଢ଼ାଉ କରିଥିଲେ। ଏହି ଅତର୍କିତ    ଚଢ଼ାଉ ବେଳେ ମାଫିଆ ମାନେ ପାୱାର ଟିଲର ଛାଡ଼ି ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ କୁ ଦୌଡ଼ି ପଳାଇଥିଲେ। ପୋଲିସ ପଥର କଟା ରେ ବ୍ୟବହୃତ ଏକ ପାୱାର ଟିଲରକୁ ଜବତ କରିଛି। ଏହି ଚଢ଼ାଉ ରେ ଆଇଆଇସି ଙ୍କ ସମେତ ଥାନାର ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *