ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜନ

ଜଗତସିଂହପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- ଚଳିତବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ଜଗତସିଂହପୁର ଜିଲା ର ପ୍ରତ୍ୟେକ ବ୍ଲକ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜନ କରାଯିବ।ଏ ନେଇ ତା ୧୪.୧୧.୨୩ ରିଖ ଦିନ ଜିଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀ ଙ୍କ ଅଧ୍ୟକ୍ଷତାରେ, ସଦ୍ଭାବନା ସଭାଗୃହଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲା ସମାଜିକ ସୁରକ୍ଷା ବିଭାଗ ଆନୁକୁଲ୍ୟରେ ଆସନ୍ତା ତା ୨୮.୧୧.୨୩ ରିଖ ଠାରୁ ତା ୦୮.୧୨.୨୩ ରିଖ ପର୍ୟ୍ୟନ୍ତ ଜିଲାର ବିଭିନ୍ନ ବ୍ଲକ ରେ ଏହି ଶିବିରର ଆୟୋଜନ କରାଯିବ। ସୂଚନା ଅନୁଯାୟୀ ତା ୨୮.୧୧.୨୩ ରେ ତିର୍ତ୍ତୋଲ ବ୍ଳକର ମଣୀଚରଣ ଶାରଳା ଏକାଡେମୀ , ତା ୨୯.୧୧.୨୩ ରିଖ ରେ କୁଜଙ୍ଗ ବ୍ଲକ ଓ ପାରାଦୀପ୍ ମୁନିସିପାଲିଟି ନିମନ୍ତେ ବନ ବିହାରୀ ଉଚ୍ଚ ବିଦ୍ୟାଳୟ, ତା ୩୦.୧୧.୨୩ ରିଖ ରେ ରଘୁନାଥପୁର ବ୍ଲକ ର ପି ସି ବିଦ୍ୟାମନ୍ଦିର, ତା ୦୨.୧୨.୨୩ ରିଖ ବାଲିକୁଦା ବ୍ଲକ ର ଆମ୍ବଶାଳ ଉଚ୍ଚ ବିଦ୍ୟାଳୟ, ତା ୦୫.୧୨.୨୩ ରିଖ ରେ ଏରସମା ବ୍ଲକ ର ବ୍ଲକ ପରିସର,ତା ୦୬.୧୨.୨୩ ରିଖ ରେ ନାଉଗାଁ ବ୍ଲକ ର ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟ, ତା ୦୭.୧୨.୨୩ ରିଖ ରେ ବିରିଡ଼ି ବ୍ଳକ ର ବ୍ଲକ ପରିସର ଏବଂ ତା ୦୮.୧୨.୨୩ ରିଖ ରେ ଜଗତସିଂହପୁର ବ୍ଲକ ଓ ମୁନିସିପାଲିଟି ନିମନ୍ତେ ଶ୍ରୀ କୃଷ୍ଣ ଏକାଡେମୀ ଠାରେ ଏହି ଶିବିର ଗୁଡିକ ଆୟୋଜିତ ହେବ। ଜିଲା ମୁଖ୍ୟ ଚିକିତ୍ସାଳୟ ,ଜଗତସିଂହପୁର ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ ର ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯିବ। ଜଗତସିଂହପୁର ଜିଲାର ଇଚ୍ଛୁକ ଭିନ୍ନକ୍ଷମ ବ୍ୟକ୍ତି ମାନେ ଶିବିର ଆୟୋଜନ ର ଯଥେଷ୍ଟ ପୂର୍ବରୁ ୟୁଡିଆଇଡି ପୋର୍ଟାଲ ରେ ନାମ ପଞ୍ଜିକରଣ କରିବାକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି।ତେଣୁ ଏହି ଶିବିରରେ ଯୋଗ ଦେଇ ସରକାର ଙ୍କ ଦ୍ଵାରା ପ୍ରଦତ୍ତ ସୁବିଧା ସୁଯୋଗର ଲାଭ ନେବାପାଇଁ ଜିଲାର ସମସ୍ତ ଇଚ୍ଛୁକ ଦାବୀଦାର ମାନଙ୍କୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଛି।

Leave a Reply

Your email address will not be published. Required fields are marked *