କଟକରେ ସେକ୍ସ ରାକେଟ ଠାବ, ଦେହଜୀବୀ ଓ ଗ୍ରାହକଙ୍କୁ ଉଠାଇନେଲା ପୋଲିସ 

କଟକ ସଦର , ୦୧/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଦେହ ବ୍ୟବସାୟ ଚାଲିଥିବା ଖବରପାଇ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି ଅସଂଜତ ଅବସ୍ଥାରେ ଥିବା ଦେହଜୀବୀ ଓ ଗ୍ରାହକଙ୍କୁ ଉଠାଇ ନେଇଥିବା ଜଣାପଡିଛି। ପ୍ରକାଶ ଯେ ମଧୁପାଟଣା ଥାନା ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ନଗର ଅଞ୍ଚଳରେ ଲୁଚା ଛପାରେ କିଛି ଦିନ ହେଲା ସେକ୍ସ୍ ରାକେଟ ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ହେଲେ ଆଜି ପୋଲିସ ଏହି ରାକେଟ ଉପରେ ଚଢ଼ାଉ କରି ଗ୍ରାହକ ଓ ଦେହଜୀବୀ ମାନଙ୍କୁ ଉଠାଇ ନେଇ ଅଧିକ ଖୋଳତାଡ ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *