କେନ୍ଦ୍ରାପଡାରେ ଆମ ଅଧିକାର ଆମକୁ ଦରକାର ସଭା

କେନ୍ଦ୍ରାପଡ଼ା, ୦୭/୦୨/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟ ମୁସଲିମ ସଂଘ (ଏର ଏମ ଏସ ) ତରଫରୁ ଗରାପୁର ସ୍ଥିତ ହୋଟେଲ ରୟାଲ ଗାର୍ଡେନ ଠାରେ ଏକ ଜିଲା ସ୍ତରୀୟ ସମାବେଶ ଆୟୋଜନ କରାଯାଇ ଥିଲା । ଏହି ସମାବେଶରେ ସଂଖ୍ୟାଲଘୁ ସମୁଦାୟର ଏକ ହଜାରରୁ ଅଧିକ ପ୍ରତିନିଧି ଯୋଗଦାନ କରିଥିଲେ । ଯୁବ ନେତା ତଥା କାଉନସିଲର ସେକ ଅସଲମଙ୍କ ନେତୃତ୍ୱରେ ଏବଂ ସେକ ଲିୟାକତ ଅଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ବରିଷ୍ଠ ପ୍ରଫେସର ତଥା ସମାଜ ସେବୀ ଡ଼କ୍ଟର ସମୀ ସଲିମ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାବେଶକୁ ସମ୍ବୋଧନ କରିଥିଲେ ।  ସେ ତାଙ୍କର ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁଙ୍କ ପ୍ରତି ଅଣଦେଖା ନୀତିକୁ ପ୍ରକାଶ କରିବା ସହିତ ସଂଖ୍ୟାଲଘୁ କମିଶନ ଗଠନ ନକରିବା, ରାଜ୍ୟରେ ମୁସଲିମ ସଂରକ୍ଷଣ, ରାଜ୍ୟ ରାଜନୀତିରେ ସଂଖ୍ୟାଲଘୁଙ୍କ ଭାଗିଦାରି, ଭାରତ ସରକାରଙ୍କ ଜଣଗଣନା ଆନୁଯାୟୀ ରାଜ୍ୟରେ ସଂଖ୍ୟାଲଘୁଙ୍କ ଜନସଂଖ୍ୟା ୪.୨୦ ଅନୁପାତରେ ୨୦ ଲକ୍ଷ ପାଖାପାଖି ରହିଛି ଯାହାଙ୍କ ପ୍ରତିନିଧିତ୍ୱ କରିବା ପାଇଁ ବିଧାନସଭା ଓ ଲୋକସଭାରେ କୋଣସି ପ୍ରତିନିଧି ନଥବାରୁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ କୋଣସି ମୈ÷ାଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ ।  ଯେଉଁଥିପାଇଁ ଆଜିର ଏହି ସମାବେଶରେ ୭ ଗୋଟି ବିଧାୟକ ଓ ୨ ଗୋଟି ସଂସଦଙ୍କ ବିଷୟକୁ ନେଇ ଦୃଢ଼ ଦାବି ଉପସ୍ଥାପନା କରାଯାଇଥିଲା । ଆସନ୍ତା ୨୦୨୪ ନିର୍ବାଚନରେ ଆମ ଦାବି ପୂରଣ ହେଲେ ସଂଖ୍ୟାଲଘୁଙ୍କ ସମସ୍ୟା ସୁଚାରରୂପେ ସମାଧାନ ହୋଇପରିବ । ଏହି କାର୍ଯ୍ୟକ୍ରମରେ ସମ୍ମାନିୟ ଅତିଥି ଭାବରେ ଜିଲ୍ଲା ଇଦ ମିଲାଉନ ନବି କମିଟିର ସଭାପତି ସୟଦ ନୁରରୁଦ୍ଧିନ, ସମ୍ପାଦକ ସେକ ତାଜମୁକ ହୋସେନ, ସଂଘର ସମ୍ପାଦକ ସହିଦୁର ରେହେମାନ, ଯୁବ ସମାଜ ସେବୀ କଲିମ ଖାନ, ଅଖିଳ ଭାରତୀୟ ଏସଟି, ଓବିସି ଓ ସଂଖ୍ୟାଲଘୁ ବିକାଶ ପରିଷଦ ରାଜ୍ୟ ମହାସଚିବ ମହମ୍ମଦ ଆମିର, ଯୁବ ଶିକ୍ଷାବିତ ମନସୁର ଅଖତାର, ମହମ୍ମଦ ନିୟାଜ, ମତ୍ଲୁବ ନୁରାନି ଖାନ, ଛାତ୍ର ନେତା ଆକ୍ରାମ ଖାନ, ସେକ ଲିୟାକୁଦ୍ଧିନ, ଆସିଫ ଖାନ, ସେକ ସଦ୍ଧାମ, ସେକ ଚାନ୍ଦ, ସେକ ଅନିଶୁଦ୍ଧିନ, ସେକ ମନୱାର, ସେକ କୟୁମ, ରାଶିତ ଇକବଲ ଖାନ, ତହସିମ ଖାନ, ସଲିମ ଖାନ, ସେକ ମଦନି, ସେକ ହାପିଯୁଦ୍ଧିନ, ସେକ ଆଫତାଫ, ସେକ ଫରୁକ, ସେକ ସବିରୁଦ୍ଧିନ, ଗୟାସୁଦ୍ଧିନ ଖାନ, ମିର୍ଜା ଜୋବେର ବେଗ, ଗୋଲାମ ହୋସେନ, ସେକ ଫାରକ, ସେକ କଲାମ, ସେକ ଆମିନ, ଅୱେଶ ଖାନ, ସରଫାତ ଖାନ, ସେକ ସାହିଦ, ସେକ ଲିୟାକତ, ସେକ ଚନ୍ଦା ,ସେକ ସୋନା, ସେକ ଚାନ୍ଦ, ସେକ ହସିମ, ଚୁନୁ ଖାନ ଆଦି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *