ଲକ୍ଷ୍ମୀପୁର ୨୧/୦୬/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା)-କୋରାପୁଟ ରୁ ରାୟଗଡା ସଂଯୋଗ କରୁଥିବା ରାସ୍ତାର ମିନାପାଇ ଘାଟିରେ ଥିବା ସମଲେଇ ମନ୍ଦିର ସମସ୍ୟା ଘେରରେ ରହିଛି। ମିନାପାଇ ଘାଟିରେ ବହୁ ଆଗରୁ ଦୈନିକ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଇଥିବା ଶୁଣିବାକୁ ମିଳିଛି।ଏପରିକି ଘାଟିରେ ମାଙ୍କ ମନ୍ଦିର ହୋଇ ପୂଜାର୍ଚନା ଚାଲିବା ଦୀନଠୁ ଆଜିଯାଏଁ କୌଣସି ଦୁର୍ଘଟଣା ଘଟି ନଥିବାରୁ ସଭିଙ୍କ ର ମାଙ୍କ ପ୍ରତି ବିଶ୍ୱାସ ଜାଗ୍ରତ ହୋଇଛି। ଯାହାକୁ ନେଇ ଦୈନିକ ଯାତାୟାତ କରୁଥିବା ଯାନବାହାନ ଚାଳକ ମାନେ ସେଠାରେ ଅଟକି ନଡ଼ିଆ ଭାଙ୍ଗି ଧୂପଦୀପ ଦେଇ ପୂଜାର୍ଚନା କରନ୍ତି।
ଏପରିକି ସ୍ଥାନୀୟ ଲୋକେ ମାସର ପ୍ରତ୍ୟେକ ସଙ୍କରାନ୍ତି ଦିନ ହୋମ ଯଜ୍ଞ କରି ସେଠାରେ ଅନ୍ନ ଭୋଗ ର ଆୟୋଜନ କରାଯାଇଥାଏ। ବହୁ ଭକ୍ତ ସେଠାକୁ ଯାଇ ଅନ୍ନ ପ୍ରସାଦ ସେବନ କରନ୍ତି। ହେଲେ ମନ୍ଦିର ପାଖରେ କୌଣସି ସୁବିଧା ନଥିବାରୁ ଖୋଲା ଆକାଶ ତଳେ ଭକ୍ତ ଗଣ ବସିକି ଅନ୍ନ ଭୋଗ ସେବନ କରୁଥୁବା ଦେଖିବାକୁ ମିଳିଛି। ଅନ୍ୟ ଦିନ ଯାହା ଯେମିତି କିନ୍ତୁ ବର୍ଷା ଦିନେ ଛିଡା ହୋଇ ପ୍ରସାଦ ସେବନ କରିବାକୁ ବାଧ୍ୟ ହୁଅନ୍ତି।
ଏପରିକି ଲକ୍ଷ୍ମୀପୁର ରୁ ଗାଡ଼ିରେ ପାଣି ମନ୍ଦିର ପାଖକୁ ବୁହା ହେଇ ଗଲେ ପୂଜାର୍ଚନା ରେ ସାହାଯ୍ୟ ହେଉଛି।ସେଠାରେ ପାନୀୟ ଜଳର କୌଣସି ସୁବିଧା ନାହିଁ। ବାର ବାର ଜିଲ୍ଲା ଅଭିଯୋଗ ଶୁଣାଣି ଠୁ ଆରମ୍ଭ କରି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣିରେ ଅଭିଯୋଗ କରାଯାଉଥିଲେ ମଧ୍ୟ କେହିବି ମା ଙ୍କ ମନ୍ଦିର ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଉକ୍ତ ମନ୍ଦିର ନିକଟରେ ସମସ୍ତ ସୁବିଧା ଯୋଗାଇ ଦେବା ସହିତ ଏକ ନଳ କୁପ ଖନନ ଓ ଏକ ବିଶ୍ରାମ ଗୃହ ନିର୍ମାଣ କରିବାକୁ ଭକ୍ତଙ୍କ ମହଲରୁ ଦାବି ହୋଇଛି।
