ଯାଜପୁର, ୧୯/୦୧/୨୦୨୪ (ଓଡ଼ିଶା ସମାଚାର)-ଜିଲା ଆଇନ ସେବା ପ୍ରାଧିକରଣ, ଯାଜପୁର ଆନୁକୁଲ୍ୟରେ ତା ୧୯.୦୧.୨୦୨୪ ରିଖ ଶୁକ୍ରବାର ଦିନ ଯାଜପୁର ଉପକାରାଗାର ଠାରେ ଏକ ଧନ୍ଦାମୁଳକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛିା ଏହି ଶିବିରରେ ଜେଲର ଅନ୍ତେବାସୀ ମାନେ କିପରି ବିଭିନ୍ନ ଧନ୍ଦାମୁଳକ ପ୍ରଶିକ୍ଷଣର ସୁବିଧା ସୁଯୋଗ ନେଇ ନିଜକୁ ଏକ କାରୀଗର ଭାବରେ ରୁପାନ୍ତରିତ କରିପାରିବେ ସେହିଭଳି ଉପଦେଶମାନ ଦିଆଯାଇଥିଲା ।
ଏହି ଶିବିରରେ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ, ଉପକାରାଗାର ଅଧ୍ୟକ୍ଷ, ଶୀ୍ର ସୁନିଲ କୁମାର ପାତ୍ର, ଜିଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତିଆ, ପ୍ରଶିକ୍ଷଣ ଅଧିକାରୀ ଭାଗବତୀ ଓଝା, ହସ୍ତଶିଳ୍ପ ପ୍ରୋତ୍ସାହନ ଅଧିକାରୀ କଲ୍ୟାଣି ଟୁଡ଼ୁ, ଏନ. ଆଇ. ସି. ପି ଶ୍ରୀ ରଜତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଧନ୍ଦାମୁଳକ ପ୍ରଶିକ୍ଷଣ ଜେଲର ଅନ୍ତେବାସୀମାନଙ୍କୁ ଦେଇଥିଲେ । ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଅନ୍ତେବାସୀମାନଙ୍କୁ ଏହି ପ୍ରଶିକ୍ଷଣ ଶିବିରର ଉପାଦୟତା ବିଷୟରେ ବୁଝାଇ କିପରି ସେମାନେ ନିଜର ବେଦ୍ଧିକ ବିକାଶ କରିପାରିବେ ବିସ୍ତୃତ ଭାବେ କହିଥିଲେ ଏବଂ ଅନ୍ତେବାସୀ ମାନଙ୍କ ପାଇଁ କେଉଁ ପ୍ରକାରର ଆଇନଗତ ସୁବିଧା ସୁଯୋଗ ଅଛି ମଧ୍ୟ କହିଥିଲେ । ଉପକାରାଗାର ର ଅଧ୍ୟକ୍ଷ ବିଭିନ୍ନ ପ୍ରକାର ର ସହଯୋଗ ଦେଇ ଏହି ଶିବିରକୁ ସାଫଲ୍ୟମଣ୍ଡିତ କରିଥିଲେ ।