ଯାଜପୁର,୧୭/୧୨/୨୦୨୪ (ଓଡ଼ିଶା ସମାଚାର/ ସୁରେଶ କର)-ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ପଞ୍ଚାୟତ କଣ୍ଠପୋଇ ଗ୍ରାମରେ ଲଷ୍ମୀ ନାରାୟଣଙ୍କ ୧୯ ତମ ବାର୍ଷିକ ପୂଜା ଉତ୍ସବ ଧୁମ ଧାମ ରେ ଅନୁଷ୍ଠିତ ହେଉଅଛି ।ଏହି ପୂଜା ଉତ୍ସବ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଆଖ ପାଖ ଅଂଚଳରୁ ଶହ ଶହ ଲୋକଙ୍କ ସମାଗମ ହେଉଚି । ଦୀର୍ଘ ୧୯ ବର୍ଷ ହେବ ଲଷ୍ମୀ ନାରାୟଣଙ୍କ ପୂଜା ଗ୍ରାମବାସୀଙ୍କ ତରଫରୁ ଆୟୋଜିତ ହୋଇଆସୁଥିବା ବେଳେ ଆସନ୍ତା ୨୧ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି କିଶୋର ଦାସ ସୂଚନା ଦେଇଛନ୍ତି। ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ଅଶୋକ କୁମାର ଦାସ, ଅକ୍ଷୟ ଦାସ,କିଶୋର ଓଝା, ଦୀପକ ଦାସ, ରତିକାନ୍ତ ଦାସ,ରମାକାନ୍ତ ଦାସ, ରୋହନ ନାୟକ, ବିଶ୍ୱଜିତ ନାୟକ , ଦୀପକ ଦାସ , ବିକ୍ରମ ନାୟକ, ପ୍ରିୟରଞ୍ଜନ ଦାସ, ବିକ୍ରମ ଦାସ, ମାନସ ଦାସ,ଚିନ୍ମୟ ଦାସ, ହିମାଂଶୁ ଦାସ ଓ ଭାଗ୍ୟବତୀ ଦାସ ପ୍ରଭୁତି ଆୟୋଜିତ କରିଥିଲେ।
କଣ୍ଠପୋଇରେ ଲଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ
