ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ବାଲିଗୁଡ଼ା,୨୧/୦୬/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର କଟାରି ସାହି ନିକଟସ୍ଥ କନ୍ଧମାଳ ମହିଳା ସମବାୟ ସମିତି ଦ୍ୱାରା ପରିଚାଳିତ ଖଲି ଗୋଦାମ ରେ ରବିବାର ଭୋରରୁ  ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, ଗୋଦାମରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଗୋଦାମ ର କର୍ମଚାରୀ ଓ ବାଲିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲିଭିବା ବେଳକୁ ଗୋଦାମରେ ମହଜୁଦ ଥିବା ଶିଆଳି ଖଲି, କଞ୍ଚା ହଳଦୀ ଏବଂ ୟୁରିଆ ସାର ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ପ୍ରାଥମିକ ଆକଳନ ଅନୁସାରେ ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ଘଟିଥିବା ବେଳେ ଏହା ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।  କିନ୍ତୁ ପ୍ରକୃତ ରେ କିପରି ନିଆଁ ଲାଗିଲା, ସେ ନେଇ ବାଲିଗୁଡ଼ା ଅଗ୍ନିଶମ ବିଭାଗ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *