ମାସ ସରୁଛି ହେଲେ  ହିତାଧିକାରୀଙ୍କୁ ଭତା ମିଳୁ ନାହିଁ

 ଡ଼ିବିଟି ମାଧ୍ୟମରେ ଏକ ନିର୍ଦ୍ଧିଷ୍ଟ ତାରିଖରେ ହିତାଧିକାରୀଙ୍କୁ

ଭତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଅନ୍ତୁ

 

ଗରଦପୁର,୩୦/୦୬/୨୦୨୫ (ଓଡ଼ିଶା ସମାଚାର)-ବୟସ୍କ ପୁରୁଷ ଓ ମହିଳା, ବିଧବା , ଦିବ୍ୟାଙ୍ଗ ଆଦି ଙ୍କୁ ସରକାର ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହାକୁ ଭତା  ଆକାରରେ ଦିଆଯାଉଛି । କେତେକ ହିତାଧିକାରୀଙ୍କୁ ପ୍ରତି ପଂଚାୟତରେ ନଗଦ ଅର୍ଥ ପ୍ରଦାନ କରାଯାଉଥିବାବେଳେ ଆଉ କେତେକଙ୍କୁ ଡ଼ିବିଟି ମାଧ୍ୟମରେ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯାଉଛି ।

ହିତାଧିକାରୀ ମାନଙ୍କୁ ପଂଚାୟତରେ ନଗଦ ଆକାରରେ ପ୍ରତି ମାସ ୧୫ ତାରିଖରେ ପ୍ରଦାନ କରାଯାଉଥିବାବେଳେ ଡ଼ିବିଟି ମାଧ୍ୟମରେ ବ୍ୟାଙ୍କ ଜରିଆରେ ଯେଉଁ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଉଛି, ତାହାର କୌଣସି ନିର୍ଦ୍ଧିଷ୍ଟ ତାରିଖ ନାହିଁ । ଡ଼ିବିଟି ମାଧ୍ୟମରେ ବ୍ୟାଙ୍କ ଜରିଆରେ ଯେଉଁ ହିତାଧିକାରୀ ମାନଙ୍କୁ ବିଭିନ୍ନ ଭତା ଦିଆଯାଛି, ହିତାଧିକାରୀ ମାନଙ୍କ ପାଖରେ କୌଣସି କାଗଜାତ ନାହିଁ । ତେଣୁ ଅଧିକାରୀ ମାନଙ୍କ ମନମାନିରେ ଡ଼ିବିଟି ମାଧ୍ୟମରେ ବ୍ୟାଙ୍କ ଜରିଆରେ ଭତା ପ୍ରଦାନ କରାଯାଉଥିବାର ଅଭିଯୋଗ ହେଉଛି ।

ହିତାଧିକାରୀମାନେ ଭତା ଟଙ୍କା ଆସିଛି କି ନାହିଁ ଜାଣିବାକୁ ବ୍ୟାଙ୍କ କୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରୁଛନ୍ତି । ଏପରିକି ମାସ ବିତି ଯାଉଛି ହେଲେ ଡ଼ିବିଟି ମାଧ୍ୟମରେ ବ୍ୟାଙ୍କ ଜରିଆରେ ଭତା ଟଙ୍କା ଆସୁନାହିଁ ବୋଲି ବହୁ ହିତାଧିକାରୀ ଅଭିଯୋଗ କରିଛନ୍ତି । ଲୋକଙ୍କ ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏଥିପ୍ରତି ଦୃଷ୍ଟି ଦେଇ ନିବିଟି ମାଧ୍ୟମରେ ବ୍ୟାଙ୍କ ଜରିଆରେ ଦିଆଯାଉଥିବା ଭତା ହିତାଧିକାରୀ ମାନଙ୍କୁ ମାସର ଏକ ନିର୍ଦ୍ଧିଷ୍ଟ ତାରିଖରେ ପ୍ରଦାନ କରିବାକୁ ନିର୍ଦେଶ ଦେବାକୁ ହିତାଧିକାରୀ ମହଲରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *