ଭାରତୀୟ ବିଦ୍ୟା ନିକେତନ  ଅଲିପୁରରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ।

ଯାଜପୁର, ୧୬/୧୨/୨୦୨୩ (ଓଡ଼ିଶା ସମାଚାର/  ସୁରେଶ କୁମାର କର) – ବରୀ ବ୍ଲକ  ଅଲିପୁରଠାରେ ଥିବା ଭାରତୀୟ ବିଦ୍ୟା ନିକେତନ ଶିଶୁ ମନ୍ଦିର ର ୧୩ତମ ବାର୍ଷିକ କ୍ରୀଡା  ଉତ୍ସବ   ଅନୁଷ୍ଠିତ ହୋଇଯାଇଛି ।ଏହି କ୍ରୀଡ଼ାରେ ବରୀ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ଗେଡି ଓ ଅଲିପୂର ସରପଂଚ ମଧୁସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଓ  କ୍ରୀଡା କିପରି ଆମକୁ ଆଗକୁ ଏକ ଭଲ ବାଟ ଦେଖାଇପାରିବ ସେ ବିଷୟ ରେ ମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପ ନିର୍ଦ୍ଦେଶକ ତାପସ ଚନ୍ଦ୍ର ପରିଡା , ପ୍ରଧାନ ଆଚାର୍ଯ୍ୟ ରାଜେଶ କୁମାର ସାମଲ , ଆଚାର୍ଯ୍ୟ ସୂର୍ଯ୍ୟକାନ୍ତ ଦାସ , ପ୍ରଭାତୀ ପତି , ପ୍ରତିଭା ବିଶ୍ଵାଳ ,ମିନତି ପ୍ରଭା ନାଥଶର୍ମା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *