ଗରଦପୁର,୨୩/୦୧/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ଅନ୍ତର୍ଗତ ଗରଦପୁର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଆୟୋଜିତ ଉଦ୍ଘାଟନ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ଦାସ ସଭା ପରିଚାଳନା କରିଥିବାବେଳେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଅଜିତ୍ କୁମାର ପଣ୍ଡା ଯୋଗଦେଇ ପତାକା ଦେଖାଇ ବାର୍ଷିକ କ୍ରୀଡାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ କବିତା ମହାପାତ୍ର, ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ବିଜୟ କୁମାର ରାଉତ ଯୋଗଦେଇ ଶାରୀରିକ ଓ ମାନସିକ ବିକାଶ ପାଇଁ କ୍ରୀଡା ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ । ଶିକ୍ଷକ ବିଜୟ କୁମାର ନାୟକ ଧନ୍ୟବାଦ ଦେଇଥିବାବେଳେ ଶିକ୍ଷକ ତେଗ୍ ବାହାଦୂର ପଣ୍ଡା, ନାରାୟଣ ସେଠୀ, ସୁବାସ ଚନ୍ଦ୍ର ଓଝା, ସ୍ମୃତଅିକାନ୍ତ ସାହୁ, ମିଥୁନ ଚନ୍ଦ୍ର ପ୍ରଧାନ, ଶିକ୍ଷୟିତ୍ରୀ ରଶ୍ମିରାଣୀ ଦାସ, ସାଗରିକା ପାଣି, ସଂଯୁକ୍ତା ଭୂୟାଁ, ମଧୁସ୍ମିତା ପତି, ଜ୍ୟୋତିର୍ମୟୀ ରଥ, ରଜନୀ ମୁଦୁଲି, ନୁର୍ ଫାତମା, ସ୍ମିତାଂଜଳି ମହାନ୍ତି, ସତ୍ୟରଂଜନ ପରିଡା ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।
ଗରଦପୁର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍ଘାଟିତ
