ଯାଜପୁର ୧୬/୧୦/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଟାଉନ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ଯାଜପୁର ତରଫରୁ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କପାଇଁ “ସମ୍ଭବ” ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯାଜପୁର ଓ ବରୀ ବ୍ଲକ ଅନ୍ତର୍ଗତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ହାଇସ୍କୁଲରୁ ୮୯ ଜଣ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀମାନେ ଯୋଗଦାନ କରିଥିଲେ । ଏହି ପ୍ରଶିକ୍ଷଣ ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ।

ଏହି ପ୍ରଶିକ୍ଷଣରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ଏନ ଇ ପି ୨୦୨୦, ସ୍କିଲ ଡେଭେଲପମେଣ୍ଟ, ସ୍କୁଲ ମ୍ୟାନେଜମେଣ୍ଟ, କ୍ୟାରିୟର କlଉଁଶଲିଂ,ଭୋକେଶନାଲ ଟିଜିଙ୍ଗ, ଇଂକଲୁଜୀଭ ଏଜୁକେସନ ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯିବ । ଜିଲ୍ଲା ପ୍ରଶିକ୍ଷକ ଭାବେ ଅଭିଜିତ ବାରିକ, ଯୁଗପ୍ରଭା ସାବତ, ରଞ୍ଜନ କୁମାର ନାୟକ ଓ ସଂଯୁକ୍ତା ଦାସ ପ୍ରଧାନଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେବେ ।
ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବା ସହ ଉକ୍ତ ବିଦ୍ୟାଳୟ ର ପ୍ରଧାଶିକ୍ଷୟତ୍ରୀ ସୁପ୍ରଭା ପରିଡାଙ୍କ ସଭାପତିତ୍ୱରେ ଏକ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସାହୁ, ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି, ପେଡାଗୋଜି କୋଅଡିନେଟର ରାଜେଶ କର ମହାପାତ୍ର, ୪ ଜଣ ପ୍ରଶିକ୍ଷକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ପ୍ରିୟମ୍ବଦା ମିଶ୍ର, ସୁଦର୍ଶନ ପଣ୍ଡାଙ୍କ ସହ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।
