ନିଶିନ୍ତକୋଇଲି,୦୭/୦୨/୨୦୨୪(ଓଡିଶା ସମାଚାର /ଅଭୟ ଜେନା )- ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିନସ୍ଥ ହାଡ଼ିବନ୍ଧୁ ଉ.ପ୍ରା (ମ. ଇ) ବିଦ୍ୟାଳୟ, ମଝିବରାଦୋରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ୟ୍ୟକ୍ରମଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶାନ୍ତ କୁମାର ବାରିକ ଙ୍କ ତତ୍ତ୍ୱାବଧାନରେ ଏବଂ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା, ମଝିବରାଦୋ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଯଦୁମଣି ପ୍ରଧାନ, ଏସ୍ .ଏମ .ସି ସଭାପତି ଶ୍ରୀଯୁକ୍ତ ପ୍ରକାଶ ବାରିକ , ଏସ୍.ଏମ .ସି ସଦସ୍ୟ ସଦସ୍ୟାଙ୍କ ସହଯୋଗ ତଥା ଛାତ୍ର ଛାତ୍ରୀଙ୍କ ସହାୟତାରେ ସମ୍ପାଦିତ ହୋଇଥିଲା। ଶିକ୍ଷକଗଣ ଓ ସଭାପତି ଆର୍ଦ୍ରଭୂମି, ଜଳ ଓ ବୃକ୍ଷର ଗୁରୁତ୍ଵ , ସଂରକ୍ଷଣ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପିଲାମାନଙ୍କ ମଧ୍ୟରେ ଭାଷଣ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ର ଛାତ୍ରୀମାନେ ଗ୍ରାମ ପରିକ୍ରମା କରି ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା ସୃଷ୍ଟି କରିଥିଲେ ଫଳରେ ପରିବେଶ ଖୁବ୍ ମଧୁମୟ ହୋଇଥିଲା ।