ପ୍ରଭାତ ବିଶ୍ୱାଳ ଅକୃତଜ୍ଞ,ସେ ବିଜେଡ଼ି ର କିଏ ? ,ସିଏ ଚିଟଫଣ୍ଡ ଚୋର,ଏବେ ନାଲି ଵାଵା – ସାଂସଦ ଦେବାଶିଷ ସାମନ୍ତରାୟ

କଟକ ସଦର ,୨୮/୦୨/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ବିଜେଡ଼ି ଆଜି ଶନିବାର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଡ଼ଃ ସନ୍ତୃପ୍ତ ମିଶ୍ର ଙ୍କୁ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିବା କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିସ୍ପୋରକ ବୟାନ ରଖିବା ସହିତ ନବୀନ ନିବାସ ରେ ହଙ୍ଗାମା କରିଛନ୍ତି କଟକ ସଦର ତଥା ଚୈ। ଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ।

ଏହାକୁ କାଉଣ୍ଟର ଆଟାକ୍ କରିଛନ୍ତି ବାରବାଟି-କଟକର ପୂର୍ବତନ ବିଧାୟକ, ପୂର୍ବତନ କଟକ ଜିଲ୍ଲା ବିଜେଡ଼ି ସଭାପତି ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି ପ୍ରଭାତ ବିଶ୍ବାଳ ଜଣେ ଅକୃତଜ୍ଞ ଲୋକ।ସିଏ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଗାଡ଼ି କାଚ ଭାଙ୍ଗିବା ସହିତ ତତ୍କାଳୀନ ସୁପର ଚିଫମିନିଷ୍ଟର ପ୍ୟାରୀମୋହନ ମହାପାତ୍ର ଙ୍କ ସହ ମିଶି ମିଡ୍ ନାଇଟ୍ ଅପରେସନରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ସିଏ ଜଣେ ଚିଟଫଣ୍ଡ ଚୋର ବୋଲି କଟକବାସୀ ଜାଣିଛନ୍ତି। ଏବେ ସିଏ ନାଲି ବାବା ର ଅଭିନୟ କରୁଛନ୍ତି। ନବୀନ ନିବାସ ରେ ଅନଧିକାର ପ୍ରବେଶ କରି ଏଭଳି ହଙ୍ଗାମା ପାଇଁ ତାଙ୍କୁ ଆଜି ତଣ୍ଟିଆ ମାଡ଼ ହୋଇଥିବା କହିଛନ୍ତି। ଦୁଇ ନେତାଙ୍କ ଏଭଳି ତୁତୁ ମେଁମେଁ କୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।
ସବିଶେଷ ଖଵର ଅନୁସାରେ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କୁ ବିଜେଡ଼ି ରୁ ବହିଷ୍କାର କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *