ବିଦ୍ୟୁତ୍ ବିଭାଗର ଅବସରପ୍ରାପ୍ତ ସିଇଓ ଇଂ ବଟକୃଷ୍ଣ ଲେଙ୍କାଙ୍କ ବିୟୋଗ,ଶୋକର ଛାୟା 

କଟକ ସଦର, ୧୯/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ବିଶ୍ୱାଳପଡା ନିବାସୀ,ମଣ୍ଟେସୋରୀ ଆଗ୍ରୋଟେକ୍(ଶୀତଳଭଣ୍ଡାର)ର ନିର୍ଦେଶକ ତଥା ବିଦ୍ୟୁତ୍ ବିଭାଗର ଅବସରପ୍ରାପ୍ତ ସିଇଓ ଇଂ ବଟକୃଷ୍ଣ ଲେଙ୍କାଙ୍କର ଆଜି ଶୁକ୍ରବାର ଦିନ ୭୮ ବର୍ଷ ବୟସରେ ପରଲୋକ ଘଟିଥିବା ଜଣାପଡିଛି। ସିଏ ଜଣେ ମିଷ୍ଟଭାଷୀ ଅମାୟିକ ପରୋପକାରୀ ଧର୍ମପରାୟଣ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ ନଅମାସ ତଳେ ସ୍ୱର୍ଗତ ଲେଙ୍କାଙ୍କ ଏକମାତ୍ର ପୁତ୍ର ଆଗ୍ରୋଟେକ୍ ର ପରିଚାଳନା ନିର୍ଦ୍ଦେଶକ ଇଂ ମାନସ କୁମାର ଲେଙ୍କାଙ୍କ ଅକାଳ ବିୟୋଗ ଘଟିଥିଲା। ସେବେ ଠାରୁ ପୁତ୍ର ଶୋକରେ ବାପା ବଟକୃଷ୍ଣ ଚିନ୍ତାମଗ୍ନ ଥିବା ଦେଖାଯାଉଥିଲା।ଗ୍ରାମ୍ୟ ସ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

 

Leave a Reply

Your email address will not be published. Required fields are marked *