ମାହାଙ୍ଗାରେ ସେବାପକ୍ଷ ପାଳନ ଓ ମେଗା ରକ୍ତଦାନ ଶିବିର

ମାହାଙ୍ଗା,୨୩/୦୯/୨୦୨୫(ଓଡିଶା ସମାଚାର/ ଅଭୟ ଜେନା)-ଭାରତବର୍ଷର ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନ ଅବକାଶରେ ଦେଶ ପାଳନ କରୁଛି ସେବାପକ୍ଷ । ରକ୍ତଦାନ ଏକ ମହତ କାର୍ୟ୍ୟ । ଏହାକୁ ସାକାର କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ସେବା ମୂଳକ କାର୍ୟ୍ୟକ୍ରମ ଆୟୋଜିତ ହେଉଛି । ଏହି ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଉଭୟ ବ୍ଲକର ୨ଟି ସ୍ଥାନରେ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ମଙ୍ଗଳବାର ପୂର୍ବାହ୍ନରେ କଟକ ଜିଲ୍ଲାର ଜେ ଏନ କଲେଜ କୁଆଁପାଳ ଠାରେ ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ଏକ ବିଶାଳ ରକ୍ତଦାନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ।


ଏଥିରେ ମାହାଙ୍ଗାର ଯୁବ ବିଧାୟକ ଶାରଦା ପ୍ରଧାନ, ବିଧାୟକ ନୀଳମଣି ବିଷୋୟୀ, ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ତହସିଲଦାର ଶୁଭାଶିଷ ପାଲଟା, ନାରୀନେତ୍ରୀ ଯାଜ୍ଞସେନୀ ଜେନା, ମହାବିଦ୍ୟାଳୟର ଅଧ୍ୟକ୍ଷ,ସିସିବି କଟକ ର ପୂର୍ବତନ ସଭାପତି ଅଶୋକ ଓଝା ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସେବାପକ୍ଷ ଉତ୍ସବ ଓ ରକ୍ତଦାନ ଶିବିରରେ ଉପସ୍ଥିତ ଥିବା ଅଭିଜ୍ଞ ଡାକ୍ତର ମାନଙ୍କ ସହାୟତାରେ ୩ ଶହ ୟୁନିଟରୁ ଉର୍ଦ୍ଧ୍ଵ ରକ୍ତ ସଂଗୃହିତ ହୋଇଥିଲା ।

ମାହାଙ୍ଗା ବିକାଶ ପରିଷଦର କର୍ମକର୍ତ୍ତା ଏବଂ କଲେଜର ଛାତ୍ର ଛାତ୍ରୀ ମାନେ କାର୍ୟ୍ୟକ୍ରମ ପରିଚାଳନାରେ ସମସ୍ତ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *