ଜଗତସିଂହପୁର,୧୯/୦୬/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା କୃଷି ବିଭାଗ ତରଫରୁ ଆଜି ଜଗତସିଂହପୁର ର ଆଦି କବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଜୈବିକ କୃଷି ଏବଂ ପ୍ରାକୃତିକ କୃଷି କର୍ମଶାଳା ପାଳନ କରାଯାଇଥିଲା।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭୁଦତ୍ତ ସାହୁଙ୍କ ଅଧ୍ୟକ୍ଷତ।ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଓ ମୁଖ୍ୟବକ୍ତା ଭାବେ ବୈଜ୍ଞାନିକ ପ୍ରଦୀପ୍ତ ମାଝୀ,ବୈଜ୍ଞାନିକ ଦେବାଶିଷ ପଣ୍ଡା,ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସକ, ସହାୟକ ନିର୍ଦ୍ଦେଶକ ଉଦ୍ୟାନକୃଷି ଅନିଲ୍ କୁମାର ସେଠୀ,ସହାୟକ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ,ସହାୟକ ମତ୍ସ୍ୟ ଅଧିକାରୀ ତିର୍ତ୍ତୋଲ ଯୋଗଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ସମସ୍ତ ବ୍ଲକ କୃଷି ଅଧିକାରୀ, ଜିଲ୍ଲା ସ୍ତରୀୟ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଓ ସମସ୍ତ କ୍ଷେତ୍ର କର୍ମଚାରୀ ,ଜଗତସିଂହପୁର ଜିଲ୍ଲାର ମୋଟ ୧୫୦ ଜଣ ଚାଷୀଙ୍କ ଆଦି ଉପସ୍ଥିତ ଥିଲେ।
ଏହି ଅବସରରେ ମୂର୍ତ୍ତିକା ପରୀକ୍ଷା ଓ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ (SHC) ର ବ୍ୟବହାର, ସମନ୍ଵିତ ଖାଦ୍ୟସାର ପରିଚାଳନା (INM), ସବୁଜ ଖତ ଚାଷ(GM), ପ୍ରାକୃତିକ କୃଷି(NF), ଜୈବିକ ସାର ପରିଚାଳନା,ଏହି ବର୍ଷର ଖରିଫ ଋତୁର ଫସଲ ଏବଂ କ୍ଷେତ ବଚାଓ ଏବଂ କୃଷି ଆନୁସଙ୍ଗିକ ବିଭାଗ ର ସମସ୍ତ ଯୋଜନା ଉପରେ ଆଲୋକପାତ କରାଯାଇ ଥିଲା ।
