ନିଟ୍ ପରିକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା

ଜଗତସିଂହପୁର,୧୯/୦୬/୨୦୨୬ (ଓଡ଼ିଶା ସମାଚାର)-: ବିଜ୍ଞପ୍ତି ସଂଖ୍ୟା ୭୬୨୮ ତାରିଖ ୧୧-୦୬-୨୦୨୬ ରାଜ୍ୟ ପରିବହନ ଆୟୁକ୍ତ ଙ୍କ ନିର୍ଦ୍ଦେଶନାମା ରେ  ଚଳିତ ମାସ ୨୧ ତାରିଖରେ ହେଉଥିବା ନିଟ ପରୀକ୍ଷା ପାଇଁ ଜଗତସିଂହପୁର ଜିଲ୍ଲାରେ ଚାଲୁଥିବା ସମସ୍ତ ବସରେ ଜଗତସିଂହପୁର ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପରିକ୍ଷାର୍ଥୀ ଙ୍କ ସହ  ଜଣେ ଅବିଭାବକ ମାଗଣାରେ ବସ୍ ରେ ଯିବା ଏବଂ ଆସିବା ବ୍ୟବସ୍ଥା କରାଯାଇଛି। ତତସହିତ ଜଗତସିଂହପୁର ପ୍ରଶାସନ ତରଫରୁ ଜଗତସିଂହପୁର ବସଷ୍ଟାଣ୍ଡ ରୁ ସ୍ବତନ୍ତ୍ର ବସ୍ ସେବା ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇ ଅଛି ।ଏଥିପାଇଁ ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ସମସ୍ତ ବସ ମାଲିକ ଙ୍କୁ ପତ୍ର ସଂଖ୍ୟା ୧୮୧୭ ତାରିଖ ୧୮-୦୬-୨୦୨୬ ଅନୁଯାୟୀ ଅବଗତ କରିବା ସହ ପରିକ୍ଷାର୍ଥୀ ଙ୍କୁ  ସରକାର ଙ୍କ ମାଗଣା ବସ ସେବା ର ସୁବିଧା ନେଇ ପ୍ରରୀକ୍ଷା ରେ କୃତକାର୍ଯ୍ୟ ହେବା ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *