ବଧୁ ହତ୍ୟା ଅଭିଯୋଗରେ ଫେରାର ଶାଶୁ ସଶୁର ଓ ଯାଆ ଗିରଫ

ଟାଙ୍ଗୀ, ୨୧/୧୨/୨୦୨୩ (ଓଡ଼ିଶା ସମାଚାର)- ବୋହୁ କୁ ହତ୍ୟା କରିବା ଅଭିଯୋଗ ରେ ଯାଆ ,ଶାଶୁ ଓ ସଶୁର ଙ୍କୁ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ତେନ୍ତୁଳିଆ ପଡା ରେ ଗତ ସେପ୍ଟେମ୍ବର ମାସ ୨୬ ତାରିଖରେ ବୋହୂକୁ ହତ୍ୟା କରି ଫେରାର ହୋଇଥିବା ଅଭିଯୋଗରେ ସ୍ୱଶୁର ଗୁରୁବାରୀ ନାୟକ, ଶାଶୁ ସବିତା ନାୟକ ଓ ଯାଆ କଳ୍ପନା ନାୟକ କୁ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ । ଟାଙ୍ଗୀ ଥାନା ହାତ ବରଡ଼ି ଗ୍ରାମର ସଂଯୁକ୍ତା ଦଳାଇ ୨୨ ବର୍ଷ ବୈଦିକ ରୀତିରେ ବିବାହ କରିଥିଲେ ଟାଙ୍ଗୀ ଥାନା ତେନ୍ତୁଳିଆ ପଡା ଗ୍ରାମର ଗୌତମ ନାୟକଙ୍କୁ । ବେଶ କିଛି ଦିନ ଠିକ୍ ଠାକ୍ ଚାଲିଲା ଦାମ୍ପତ୍ୟ ଜୀବନ । ସଂଯୁକ୍ତା ଗର୍ଭବତୀ ହେବା ପର ଠାରୁ ତାଙ୍କ ଉପରେ ହୋଇଥିଲା ଅକଥନୀୟ ଅତ୍ୟଚାର । ଅତ୍ୟଚାର ସୀମା ସବୁ ଟପିଯାଇଥିଲା । ସଂଯୁକ୍ତାଙ୍କ ଔରଷ ରୁ ଜନ୍ମ ହୋଇଥିଲା ଶିଶୁ ପୁତ୍ର । ଶିଶୁ ପୁତ୍ରକୁ ୧୫ ଦିନ ହୋଇଥିବା ବେଳେ ସଂଯୁକ୍ତାଙ୍କୁ ତଣ୍ଟି ଚିପି ମାରି ଦେଇଥିଲେ । ଖବର ପାଇ ଟାଙ୍ଗୀ ଥାନା ପୋଲିସ ଶବ ଜବତ କରି ତଦନ୍ତ କରି ସ୍ୱାମୀ ଗୌତମ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ଦିନଠାରୁ ଗିରଫ ଭୟରେ ଶାଶୁ ସଶୁର ଓ ଯାଆ ଫେରାର ହୋଇ ଯାଇଥିଲେ ।
ଗତ କାଲି ରାତିରେ ତେନ୍ତୁଳିଆ ପଡା ଗ୍ରାମରେ ଅଭିଯୁକ୍ତମାନେ ଲୁଚିଥିବା ବେଳେ ଟାଙ୍ଗୀ ପୋଲିସ ଖବର ପାଇ ଚଢ଼ାଉ କରି ଶାଶୁ ସବିତା ନାୟକ, ସଶୁର ଗୁରୁବାରୀ ନାୟକ ଓ ଯାଆ କଳ୍ପନା ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *