ଆନ୍ତ ରାଜ୍ୟ ଡକାୟତଦଳ ଗିରଫ : ଗାଡି, ବନ୍ଧୁକ ସମେତ ଅଳଙ୍କାର ଜବତ

 ସାଲେପୁର,୦୩/୦୮/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )କଟକ ଜିଲ୍ଲା ସମେତ ଓଡ଼ିଶାର ଭିଭିନ୍ନ ଜିଲ୍ଲା ରେ ଡକାୟତି  ଘଟାଇ ବାରମ୍ବାର ଫେରାର ହୋଇଯାଉଥିବା ଆନ୍ତ ରାଜ୍ୟ ଡକାୟତ ଦଳକୁ କଟକ ଜିଲା ଗ୍ରାମାଞ୍ଚଳ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି।

କଟକ ଜିଲ୍ଲା ର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ ନେମାଳ ଅଞ୍ଚଳରେ ହୋଇଥିବା ଡକାୟତି ଘଟଣାର ତଦନ୍ତ ଆରମ୍ଭ କରି ପୋଲିସ ଏହି ଡକାୟତ ଦଳକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୩ ଗ୍ରାମ ସୁନା ଓ ୧କେଜି ୧୫୦ ଗ୍ରାମ ରୁପା ଅଳଙ୍କାର, ୧୦ ହଜାର ନଗଦ ଟଙ୍କା, ଏକ ମହିନ୍ଦ୍ରା ଭ୍ୟାନ, ୩ଟି ବଜାଜ ପଲସର ଗାଡ଼ି, ଏକ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ତିନୋଟି ମୋବାଇଲ ଫୋନ୍‌ , ଗୋଟିଏ ଚାପଡ଼ ଜବତ କରିଛନ୍ତି ।

ଏହିସବୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲାର ବୁଗୁଡ଼ାର ତୋଫାନ ବିଷୋୟୀ, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇର ସନ୍ତୋଷ ମଲ୍ଲିକ, ଜଗତସିଂହପୁର ଜିଲା କୁଜଙ୍ଗର ପ୍ରଭାତ ମଲ୍ଲିକଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଚୋରା ଅଳଙ୍କାର କିଣିଥିବା ଭୁବନେଶ୍ୱର ଥାନା ମତିପରିଲ ଅଞ୍ଚଳର ଦିବ୍ୟଜ୍ୟୋତି ନାୟକଙ୍କୁ ମଧ୍ୟ  ପୋଲିସ ଗିରଫ କରିଛନ୍ତି ।

ଆଜି ସାଲେପୁର ଥାନା ପରିସରରେ  ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂହ ଏହା ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ଯାଜପୁର, କଟକ, କେନ୍ଦ୍ରାପଡ଼ାରେ ଅପରାଧ ଘଟାଇ ଫେରାର ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *