ନଦୀରେ ଭାସିଗଲେ ୩ଜଣ : ୨ ଉଦ୍ଧାର, ଜଣେ ଯୁବକ ନିଖୋଜ

ଭଦ୍ରକ,୧୮/୦୬/୨୦୨୬ (ଓଡ଼ିଶା ସମାଚାର)- ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ଗୁରୁବାର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏକ ଅଘଟଣ ଘଟିଛି । ନଦୀରେ ବାଲିଆପାଳ ପଟୁ ଅନ୍ୟ ପଟକୁ କାର୍ଯ୍ୟ ପାଇଁ ଯାଉଥିବା ବେଳେ ୩ ଜଣ ନଦୀରେ ଭାସି ଯାଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ୨ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଘଂଟେଶ୍ୱର ଫାଣ୍ଡି ଅଧିକାରୀ ବିରଂଚିନାରାୟଣ ଅମାନ୍ତ ପହଂଚି ଥିବାବେଳେ ଓଡ୍ରାଫ୍ ଟିମ୍ ଖୋଜାଖୋଜି ଆରମ୍ଭ କରିଛି । ନିଖୋଜ ବ୍ୟକ୍ତି ଜଣକ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଯଶିପୁର ପଂଚାୟତର ଚକ୍ରଧର ବେହେରାଙ୍କ ପୁଅ ବିଜୟ ବେହେରା(୨୪) ।

Leave a Reply

Your email address will not be published. Required fields are marked *