ମାହାଙ୍ଗା ୨୬/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ମୂଳବସନ୍ତ ପଞ୍ଚାୟତ ହଂସଦିଆ ଗ୍ରାମର ଜଣେ ସଫଳ ବ୍ୟବସାୟୀ ସୁଶାନ୍ତ କୁମାର ପଣ୍ଡାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ହୋଇଯାଇଛି । ସ୍ବର୍ଗତ ଭାଗ୍ୟଧର ପଣ୍ଡାଙ୍କ ଜ୍ୟେଷ୍ଠ ପୁତ୍ର ସୁଶାନ୍ତ ପରୋପକାରୀ ବ୍ୟକ୍ତି ଭାବେ ଓଡ଼ିଶାର ବିଭିନ୍ନ ଜିଲାରେ ନିଜର ବ୍ୟବସାୟିକ ସ୍ଥିତିକୁ ସୁଦୃଢ କରିବା ସହିତ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ଅନେକ ଯୁବକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିପାରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ପୂର୍ବତନ ସମିତିସଭ୍ୟ କବି ପ୍ରଶାନ୍ତ କୁମାର କର ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବର୍ଗତ ପଣ୍ଡାଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୁଶାନ୍ତଙ୍କ ଦ୍ଵାଦଶାହ ତିଥିରେ ସାନଭାଇ ପଞ୍ଚାନନ ପଣ୍ଡା, ମନ୍ମଥ କୁମାର ପଣ୍ଡା, ସତ୍ୟରଞ୍ଜନ ପଣ୍ଡା, ଅକ୍ଷୟ କୁମାର ପଣ୍ଡା, ତ୍ରିଲୋଚନ ପାଢ଼ୀ,ବାସନ୍ତୀ ପଣ୍ଡା,ହିମାଂଶୁ ପଣ୍ଡା,ସୁଦର୍ଶନ ପଣ୍ଡା,ବସନ୍ତ କୁମାର ପଣ୍ଡା,ଅମିତାଭ ପଣ୍ଡା, ରବୀନ୍ଦ୍ର ପୃଷ୍ଟି, ଲକ୍ଷ୍ମୀଧର ବେହେରା, କେଦାରେଶ୍ବର ପୁହାଣ, ମନୋରଞ୍ଜନ ପଣ୍ଡା, ସଞ୍ଜୟ ପଣ୍ଡା, ଅବନୀକାନ୍ତ ପଣ୍ଡା, ରଞ୍ଜନ ସାମଲ, କ୍ଷମା ସାଗର ଦାସ,ମନୋରଞ୍ଜନ ଲେଙ୍କା,ସରୋଜ ପରିଡା, ସଂଗ୍ରାମ ସାମଲ, ଅଶୋକ ଦାଶ,ପରେଶ ବଳବନ୍ତରାୟ,ସନ୍ତୋଷ ରାଉତରାୟ,ପ୍ରମୁଖ ଯୋଗଦେଇ ସ୍ବର୍ଗତ ପଣ୍ଡାଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।