ଭୁବନେଶ୍ୱର,୦୭/୦୨/୨୦୨୪ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର। ଲୋକମତ ସଂସଦୀୟ ପୁରସ୍କାର ୨୦୨୩ ଲାଭ କରିଛନ୍ତି ଡକ୍ଟର ପାତ୍ର। ସେହିପରି କଂଗ୍ରେସ ଲୋକସଭା ସାଂସଦ ଶଶୀ ଥରୁର ବି ଏହି ପୁରସ୍କାର ଲାଭ କରିଛନ୍ତି। ଡକ୍ଟର ସସ୍ମିତ ପାତ୍ର ଓ ଶଶୀ ଥରୁରଙ୍କ ବ୍ୟତୀତ ଲୋକସଭା ଓ ରାଜ୍ୟସଭାର ଅନ୍ୟ ୬ ସାଂସଦ ବିଭିନ୍ନ କ୍ଷେତ୍ର ଲାଗି ପୁରସ୍କୃତ ହୋଇଛନ୍ତି। ଲୋକସଭା ସାଂସଦ ତଥା ବହୁଜନ ସମାଜ ପାର୍ଟି ସାଂସଦ ଡାନିସ ଅଲ୍ଲୀ ଓ ସିପିଏମର ରାଜ୍ୟସଭା ଏମପି ଜନ ବ୍ରିଟ୍ଟାସ ବେଷ୍ଟ ଡେବ୍ୟୁଟାଣ୍ଟ ଭାବେ ପୁରସ୍କୃତହୋଇଥିଲେ।
ପ୍ରତିବର୍ଷ ଲୋକସଭାରୁ ୪ଜଣ, ରାଜ୍ୟସଭାରୁ ୨ ଜଣଙ୍କୁ ଲୋକମତ ସଂସଦୀୟ ପୁରସ୍କାର ମିଳିଥାଏ। ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱାଲେ ଯୋଗ ଦେଇଥିଲେ।
