ସାଲେପୁର ରେ କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିବା ସହ ଚାଷୀଙ୍କୁ ଭେଟିଲେ ନବୀନ

ସାଲେପୁର, ୩୧/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲା ର ସାଲେପୁର ନିର୍ବାଚନମଣ୍ଡଳୀର କଟରପା ପଞ୍ଚାୟତ ର ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ସହ ନଷ୍ଟ ହୋଇଥିବା ଧାନ ଫସଲ ବୁଲି ଦେଖିଛନ୍ତି । ଚାଷୀ ମାନଙ୍କ ଦୁଃଖରେ ମ୍ରିୟମାଣ ନବୀନ ଚାଷୀମାନଙ୍କୁ ଆଶ୍ୱାସନା ଦେଇଥିଲେ । ନବୀନ ପଟ୍ଟନାୟକ ଙ୍କ ଗସ୍ତ ସମୟରେ ପ୍ରାକ୍ତନ ମନ୍ତ୍ରୀ ଦେବୀ ମିଶ୍ର, ପ୍ରତାପ ଜେନା, ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *