ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

କଟକ ସଦର,୦୭/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ଉଚ୍ଚନ୍ୟାୟାଳୟର ନୂଆ ମୂଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଆଜି ବୁଧବାର ପୂର୍ବାହ୍ନ ୧୦ ଟାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ମୂଖ୍ୟ ବିଚାରପତି ଜଷ୍ଟିସ ଶରଣ ସିଂ ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥଗ୍ରହଣ ଉତ୍ସବରେ ମୂଖ୍ୟ ଶାସନ ସଚିବ, ପୋଲିସ ଡିଜି ଙ୍କ ସମେତ ବହୁ ପଦସ୍ଥ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସୂଚନାଯୋଗ୍ୟ ଯେ ଜଷ୍ଟିସ ଶରଣ ସିଂ ଏହା ପୂର୍ବରୁ ପାଟନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *