ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପାଲଲହଡା,୧୮/୧୨/୨୦୨୪ (ଓଡ଼ିଶା ସମାଚାର)- ବୁଧବାର ପାଲଲହଡା ଉପଖଣ୍ଡ ସଦରମହକୁମା ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟ ପରିଷର ରେ ବ୍ଲକ ସ୍ଥରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ବ୍ଲକ ର ମୋଟ ୬୯୭ ଜଣ ପଞ୍ଜିକରଣ କରିଥିବାବେଳେ, ଅସ୍ଥିସଲ୍ୟ ବିଭାଗ ରେ ୩୨୧ ଜଣ, କର୍ଣ ବାଧିତ ୯୫ ଜଣ, ଦୃଷ୍ଟି ବାଧିତ ୬୨ ଜଣ, ଭେଷଜ ରେ ୧୧୫ଜଣ, ଶିଶୁ ବିଭାଗ ରେ ୨୫ ଜଣ, ମାନସିକ ରୋଗ ବିଭାଗ ରେ ୬୫ ଜଣ ପଞ୍ଜିକୃତ ହୋଇଥିବାବେଳେ ୬ ଜଣ ଙ୍କୁ କୁତ୍ରିମ ଅଙ୍ଗ, ୪ ଜଣ ଙ୍କୁ ଟ୍ରାଇ ସାଇକେଲ, ୨ ଜଣ ଙ୍କୁ ହୁଇଲ ଚେୟାର ଏବଂ ୨ ଜଣ ଙ୍କୁ ଆଶାବାଡି ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ଯୋଗଦେଇଥିବାବେଳେ ସାନମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାୟକ ଯୋଗଦେଇଥିଲେ । କାର୍ୟ୍ୟକ୍ରମ ରେ ପାଳଲହାଡ଼ ବିଡ଼ିଓ ନିଶାନ ମିଶ୍ର ଅଧ୍ୟକ୍ଷତା କରିଥିଲେ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ସାହୁ ସଭା ପରିଚାଳନା କରିଥିଲେ । ଏହି ଚି଼ହ୍ନଟ ଶିବିର ରେ ଡାକ୍ତର, ଦୁଲ୍ଲଭ ସାହୁ, ପି. କେ ମହାନ୍ତି, ପରମେଶ୍ୱର ଜେନା,ଡି. ଗଡ଼ନାୟକ,ଏସ.କେ. ଗଡ଼ନାୟକ,ଏବଂ ଡା. ରଶ୍ମିତା ଭଞ୍ଜଦେଓ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *