ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪ଆରମ୍ଭ

ଭୁବନେଶ୍ୱର, ୦୭/୦୨/୨୦୨୪ (ଓଡ଼ିଶା ସମାଚାର)-୨ ଦିନିଆ ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଫେବୃୟାରୀ ୬  ଓ ୭  ତାରିଖରେ ଭୁବନେଶ୍ୱର  ସ୍ୱସ୍ତି ପ୍ରିମିୟମ  ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବିଜୁ ପଟ୍ଟନାୟକ ଜାତୀୟ ମେଟାଲ ଇନଷ୍ଟିଚ୍ୟୁଟର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି ।

            ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ  ପ୍ରଦୀପ କୁମାର ଜେନା ଯୋଗଦେଇ ରାଜ୍ୟ ତଥା ଦେଶରେ ଭିତ୍ତିଭୂମିର ବିକାଶ ଓ ଅଭିବୃଦ୍ଧି ପରିପ୍ରେକ୍ଷୀରେ ଧାତବ କ୍ଷେତ୍ର ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ନିରନ୍ତର ବିକାଶ, ପରିବେଶ ପ୍ରଦୂଷଣ ସମସ୍ୟାକୁ ଦୃଷ୍ଟି ଦେଇସବୁଜ ଧାତବ ଶକ୍ତି ଉତ୍ସର ଉପଯୋଗ  କରି ଶୂନ କାର୍ବନ ନିର୍ଗମନ ଉପରେ ସେ ଗୁରୁତ୍ୱ ଦେଇଥିଲେ ।  ଏଥିପାଇଁ ଶିଳ୍ପଠାରୁ ଆରମ୍ଭ କରି ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

           କାର୍ବନ ବିକିରଣ ଜନିତ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ହୋଇଥିବା ଓ ଏଥିଯୋଗୁଁ ମାନବ ସମାଜ ଓ ପରିବେଶ ଉପରେ ପ୍ରଭାବ ପଡୁଛି । ଖଣିଜ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକିବା ବା କମାଇବା ପାଇଁ ପଦକ୍ଷେପ ନିଆଯିବା ସଂପର୍କରେ ସମ୍ମିଳନୀରେ  ଆଲୋଚନା କରାଯାଇଛି  । କାର୍ଯ୍ୟକ୍ରମରେ ଭାରତ ସରକାରଙ୍କରଇସ୍ପାତ ରାଷ୍ଟ୍ରମନ୍ତ୍ରୀ,  ଓଡିଶା ରାଜ୍ୟ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏବଂ ରାଜ୍ୟ ଇସ୍ପାତ  ଓ ଖଣି ମନ୍ତ୍ରୀ,ରାଜ୍ୟ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ବାର୍ତ୍ତା ଦେଇଥିଲେ ।

            ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ. ମୁରୁଗେସନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ସମ୍ମିଳନୀର ଉଦ୍ଦେଶ୍ୟ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସଂପର୍କରେ ଆଲୋକପାତ କରିଥିଲେ ।  ପ୍ରଥମ ଥର କରି ଏହି ସମ୍ମିଳନୀ ଓଡିଶାରେ ଅନୁଷ୍ଠିତ ହେଉଛି । ଏଥିରେ ପରିବେଶ,ଶିଳ୍ପ,ଧାତବ ଶିଳ୍ପ, ବିଶେଷଜ୍ଞ, ପ୍ରାଧ୍ୟାପକ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଛନ୍ତି ।

            ଭାରତ ସରକାରଙ୍କ ଇସ୍ପାତ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରୂଚିକା ଚୌଧୁରୀ ଗୋଭିଲ୍,  ବିଜୁ ପଟ୍ଟନାୟକ ମେଟାଲ ନ୍ୟାସନାଲ ଷ୍ଟିଲ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରିତମ ଏସ୍ ପୁର୍କାୟସ୍ଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ  ବିଭିନ୍ନ ତଥ୍ୟ ସମ୍ବଳିତ ପ୍ରକାଶିତ “ନଲେଜ୍ ପେପର”  ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଏଠାରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା  ଉଦଘାଟନ କରିବା ସହିତ ପ୍ରଦର୍ଶନୀ ପରିଦର୍ଶନ କରି ଅଂଶଗ୍ରହଣକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।ଏହି ପ୍ରଦର୍ଶନୀରେ ୨୨ ଟି ସଂସ୍ଥା ଅଂଶଗ୍ରହଣ କରିଛନ୍ତି ।  ସବୁଜ ଧାତୁ ହେଉଛି ନିଟ୍ ଶୂନ କାର୍ବନ  ନିର୍ଗମନ ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛ ଶକ୍ତିର ପ୍ରୟୋଗକରିବା ।

Leave a Reply

Your email address will not be published. Required fields are marked *