ଚିର ନିଦ୍ରାରେ ଯୁବ ସାମ୍ବାଦିକ

ମାହାଙ୍ଗା , ୧୭/୦୬/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )- ସାମ୍ବାଦିକଟିଏ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । କି’ ରାତି କି’ ଦିନ, ସବୁ ସମୟରେ ଏହି ସାମ୍ବାଦିକ ମାନେ ହିଁ’ ସମାଜର ବୃହତ୍ତର ସ୍ୱାର୍ଥ ପାଇଁ କାର୍ୟ୍ୟ କରନ୍ତି । ସେମିତି ଜଣେ ଯୁବ ସାମ୍ବାଦିକ ଥିଲେ ଦୀପକ ସାହୁ । ବୁଧବାର ଭୋରୁ ଚିକିତ୍ସିତ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।
ଜଣେ ନିର୍ଭିକ, ନିଷ୍ଠାପର, ଦାୟୀତ୍ୱ ସମ୍ପନ୍ନ, ତଥା ସହନଶୀଳ କର୍ମ ଚଞ୍ଚଳ ବ୍ୟକ୍ତି ଭାବରେ ଦୀପକ ସବୁଠି ପରିଚିତ ଥିଲେ । ମାହାଙ୍ଗା ଥାନା ପଣସପୁର ଗ୍ରାମରେ ଦୀପକଙ୍କ ଜନ୍ମ । ପିଲାଟି ଦିନରୁ ପରୋପକାର ଓ ସେବା ମନୋଭାବ ତାଙ୍କ ଭିତରେ ବାରିହୋଇ ପଡୁଥିଲା । ବାପା ଥିଲେ ଜଣେ ସଫଳ ବ୍ୟବସାୟୀ । ବଡଭାଇ ଭକ୍ତ ଚରଣ ସାହୁ ସାମ୍ବାଦିକତା କରୁଥିବାରୁ ଦୀପକ ଭାଇଙ୍କ ପ୍ରେରଣା ଓ ମାର୍ଗ ଦର୍ଶନରେ ସାମ୍ବାଦିକତା ବୃତ୍ତିକୁ ଆପଣେଇ ନେଇଥିଲେ ।
ମାହାଙ୍ଗା ପ୍ରେସ କ୍ଲବର ସଭାପତି ଭାବେ ସେ ଦାୟୀତ୍ୱ ନିର୍ବାହ କରୁଥିଲେ । ସମାଜର ସବୁଠାରୁ ତଳ ସ୍ତରରେ ପଡିରହୁଥିବା ମେହେନତି ମଣିଷ ମାନଙ୍କ ହକ ପାଇଁ କିପରି ଶାଣିତ ସମ୍ବାଦ ପରିବେଷଣ କରାଯାଏ, ସେ ଦିଗରେ ଗୁରୁତ୍ୱ ଦେଉଥିଲେ ଏହି ଯୁବ ସାମ୍ବାଦିକ ଶ୍ରୀ ସାହୁ । ଗତ କିଛିଦିନ ହେବ ଅସୁସ୍ଥ ହୋଇପଡ଼ିଥିଲେ ଏହି ଯୁବ ସାମ୍ବାଦିକ ଜଣକ । ହଠାତ ବିଗିଡି ଯାଇଥିଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା । ପଦ୍ମିନୀ କେୟାର ହସ୍ପିଟାଲ ଟାଙ୍ଗୀରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ଚିକିତ୍ସିତ ଅବସ୍ଥାରେ ବୁଧବାର ସକାଳେ ତାଙ୍କର ଦେହାନ୍ତ ଘଟିଥିଲା । ଯୁବ ସାମ୍ବାଦିକ ଦୀପକ ସାହୁଙ୍କ ଏଭଳି ଅପ୍ରତ୍ୟାଶିତ ମୃତ୍ୟୁକୁ କେହି ସହଜରେ ବିଶ୍ୱାସ କରିପାରିନଥିଲେ । ଆଜି ତାଙ୍କ ମର ଦେହକୁ ଏକ ବିରାଟ ପଟୁଆରରେ ଜନ୍ମମାଟିକୁ ପାଛୋଟି ନିଆଯାଇଥିଲା । ଅନ୍ତିମ ଯାତ୍ରାରେ ଏହି ଯୁବ ସାମ୍ବାଦିକଙ୍କ ପାର୍ଥିବ ଶରୀରକୁ ନିଆଯାଉଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କ ମର ଦେହରେ ଶ୍ରାଦ୍ଧ ସୁମନ ଅର୍ପଣ କରାଯିବା ଦେଖିବାକୁ ମିଳିଥିଲା । ଗ୍ରାମ ଶ୍ମଶାନରେ ପଞ୍ଚଭୂତରେ ଲୀନ ହୋଇଗଲା ଦୀପକଙ୍କ ମରଦେହ ।
ତାଙ୍କ ବିୟୋଗରେ ସମ୍ବାଦର ମୁଖ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ,ବିଧାୟକ ଶାରଦା ପ୍ରଧାନ, ବିଧାୟକ ଅମର ନାୟକ, ବିଧାୟକ ପ୍ରଶାନ୍ତ ବେହେରା, ଶରତ କର ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ଶୋଭନ କର, ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ ଦାସ, ବିଜେପି ନେତା ସୁମନ୍ତ ଘଡେଇ, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ମାସୁଦ ଅଲ୍ଲୀ,ନାରୀନେତ୍ରୀ ଯାଜ୍ଞସେନୀ ଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି,ପୂର୍ବତନ ଅଧ୍ୟକ୍ଷ ସରୋଜବନ୍ଧୁ ଦାଶ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବ୍ଲକ କଂଗ୍ରେସ ସଭାପତି ଦୀପକ ମହାନ୍ତି, ଆଇଏ ଏସ ଉପେନ୍ଦ୍ର ନାଥ ବେହେରା, ଅନିଲ ସାମଲ,ଇଂ ସହଦେଵ ଖଟୁଆ, ଡକ୍ଟର ଭାବଗ୍ରାହୀ ରାଉତ,ଇଂ ଅମରେନ୍ଦ୍ର ମହାନ୍ତି,ଆଇନୀଜୀବୀ ଶ୍ରୀବନ୍ତ ଜେନା, ସୁଶାନ୍ତ ମହାନ୍ତି, ଯତୀନ୍ଦ୍ର ମହାନ୍ତି, ସାମ୍ବାଦିକ ସୁମନ୍ତ କୁମାର ଜେନା, ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ସାମ୍ବାଦିକ ଅଜୟ ମହାନ୍ତି, ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ, ସାମ୍ବାଦିକ ଅଶୋକ ଦାଶ, ପ୍ରଦ୍ୟୁମ୍ନ ବାରିକ, ରଶ୍ମି ରଂଜନ ମହାନ୍ତି,ରମେଶ ସାହୁ,ସୁବ୍ରତ ମହାନ୍ତି, ତାପସ ବିଶ୍ୱାଳ,ଦାମୋଦର ପରିଡା,ହରିହର ସାହୁ,ସୁରେଶ ବଳ,ରାମକୃଷ୍ଣ ସାହୁ,ସତ୍ୟ ବାରିକ,ଦୈତାରୀ ସାହୁ, ଅମୀୟ ନାୟକ,ବିଜୟ କୁଅଁର, ରମେଶ ଦାସ, ଅକ୍ଷୟ ରାଉଳ, ପ୍ରକାଶ ନାୟକ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ
କରିଛନ୍ତି ।

Leave a Reply

Your email address will not be published. Required fields are marked *