ଶ୍ରୀ ମାଧବ ସେବାଶ୍ରମ ଫାଉଣ୍ଡେସନ ପକ୍ଷରୁ ରଜ ମହୋତ୍ସବ ପାଳିତ

କଟକ ୧୭/୦୬/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) କଟକ ସଦର ୪୨ ମୈାଜା,ଝିଙ୍କିରିଆଠାରେ ଅବସ୍ଥିତ ଶ୍ରୀ ମାଧବ ସେବାଶ୍ରମ ଫାଉଣ୍ଡେସନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସମାଜ ସେବୀକା ଚିନ୍ମୟୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆଶ୍ରମର ଅନ୍ତେବାସୀମାନଙ୍କ ଗହଣରେ ୩ ଦିନିଆ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସାଜ ସଜ୍ଜା,ପିଠା,ରଜ ପାନ ବଣ୍ଟନ ସହ ନୃତ୍ୟ ସଙ୍ଗୀତ,କବିତା ପାଠ ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ୟ୍ୟକ୍ରମରେ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହ ସମାଜର ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଯୋଗ ଦେଇଥିଲେ। ଉକ୍ତ କାର୍ୟ୍ୟକ୍ରମକୁ ଦୀପକ କୁମାର,କୁସୁମ ମଞ୍ଜରି ଦାସ, ଭଗବାନ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *