ଗଗନ ମଲ୍ଲିକ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ
କଟକ ସଦର , ୨୮/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଞ୍ଚାୟତ ମାଳି ଗାଁ ର ଜନୈକା ମହିଳା ଦିଵ୍ୟାଙ୍କ ହିତାଧିକାରୀ ବବିତା ପୃଷ୍ଟି ଙ୍କୁ ଅନ୍ତୋଦୟ ଆବାସ ପିସି ପାଇଁ ଦଳୀୟ ଶୃଙ୍ଖଳା ନୀତି ଆଦର୍ଶକୁ ଅମାନ୍ୟ କରି ବିଧାୟକ ପ୍ରକାଶ ସେଠୀ ଙ୍କ ନାଁ ନେଇ ୧୫ ହଜାର ଟଙ୍କା ଦେବାକୁ ଜୁଲୁମ କରିବା ଅଭିଯୋଗ ହୋଇଥିଲା। ଏହା ପ୍ରଘଟ ହେବା ପରେ ଦଳୀୟ ଅନୁଶାସନ ଭଙ୍ଗ ବିରୁଦ୍ଧରେ ଅଭିଯୁକ୍ତ ଗଗନ ମଲ୍ଲିକ ଙ୍କୁ ନେମାଳ ବିଜେପି ମଣ୍ଡଳ ସଭାପତି ମୀନକେତନ ମହାନ୍ତି ଆଜି ଗୁରୁବାର ଦିନ ବିଜେପି ର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରିଥିବା ପ୍ରେସ୍ ବିବୃତିରେ ଜଣାଇଛନ୍ତି।ଏ ସମ୍ପର୍କରେ ଜିଲ୍ଲା ଓ ରାଜ୍ୟ ବିଜେପି ସଭାପତି ଙ୍କ ସମେତ ବିଧାୟକ ଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ଗତକାଲି ବୁଧବାର ଦିନ ‘ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।
