କଟକ ସଦର ,୨୯/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୋଲିସ ପାଇଲଟ୍ ଗାଡି ଧକ୍କାରେ ଜନୈକ ବରିଷ୍ଠ ନାଗରିକ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲ ଟ୍ରମା କେୟାର ୭ ନମ୍ବର ବେଡ଼ରେ ଚିକିତ୍ସାଧିନ ଥିବା ଜଣାପଡିଛି। ପ୍ରକାଶ ଯେ ଗୁରୁତର ଆହତ ଜଣଙ୍କ ହେଲେ ଚାଉଳିଆଗଞ୍ଜ ଥାନା ଚାଉଳିଆଗଞ୍ଜ ମଠସାହି ର କୁମର ଚରଣ ପାତ୍ର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ଶୁକ୍ରବାର ଅପରାହ୍ନରେ ପାରାଦୀପ ପଟୁ କଟକ ଓଏମପି ଛକ ଆଡ଼କୁ ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଗାଡି ଆଗରେ ଏକ ପୋଲିସ ପାଇଲଟ୍ ଗାଡି ଆସୁଥିଲା। ଶ୍ରୀ ପାତ୍ର ସ୍କୁଟି ଚଳାଇ ଓଏମପି ଦ୍ୱିତୀୟ ଫାଟକ ସମ୍ମୁଖସ୍ଥ ରାସ୍ତା ପାରି ହେଉଥିଲେ। ଏତିକିବେଳେ ଦୃତ ଗତିରେ ଆସୁଥିବା ପାଇଲଟ୍ ଗାଡ଼ିଟି ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଆରୋହୀ ଶ୍ରୀ ପାତ୍ର ସ୍କୁଟି ସହିତ କିଛିବାଟ ଛିଟିକି ପଡ଼ିଥିଲେ। ତୁରନ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପୋଲିସ ପାଇଲଟ୍ ଗାଡ଼ିରେ ବଡ଼ ଡ଼ାକ୍ତରଖାନା ନିଆଯାଇଥିଲା। ସେଠାରେ ପୋଲିସ ସୁରକ୍ଷାରେ ତାଙ୍କର ଚିକିତ୍ସା ଜାରି ରହିଥିଲେ ହେଁ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ହୋଇଥିବା ରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉଦବେଗ ଜନକ ଥିବା ଡ଼ାକ୍ତରଖାନା ସୂତ୍ରରୁ ଜଣାପଡିଛି। ଖଵର ପାଇ ବହୁ ବ୍ୟକ୍ତିବିଶେଷ ଡାକ୍ତରଖାନାରେ ପହଞ୍ଚିଥିବା ଜଣାଯାଇଛି।
ମନ୍ତ୍ରୀ ଙ୍କ ପୋଲିସ ପାଇଲଟ୍ ଗାଡି ଧକ୍କାରେ ବରିଷ୍ଠ ନାଗରିକ ଗୁରୁତର ଆହତ
