ସୋମନାଥ ସ୍ୱାଭିମାନ ଯାତ୍ରାରେ ଢେଙ୍କାନାଳ ଜିଲ୍ଲାର ୧୫ ଜଣ ସାମିଲ ହେଲେ

ଭୁବନ,୧୬/୦୬/୨୦୨୬ (ଓଡ଼ିଶା ସମାଚାର)- ଆସ୍ଥା,ଭକ୍ତି ଓ ସାଂସ୍କୃତିକ ସ୍ବାଭିମାନ ର ମହାଯାତ୍ରା ଐତିହାସିକ ” ସୋମନାଥ ସ୍ୱାଭିମାନ ଯାତ୍ରା” ରେ ଢେ଼ଙ୍କାନାଳ ଜିଲ୍ଲା ରୁ ୧୫ ଜଣ ଦର୍ଶନାର୍ଥୀ ସାମିଲ ହୋଇ ଥିବା ଜଣାପଡ଼ିଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା ସଂଯୋଜକ ଭୁବନର ସୁରେନ୍ଦ୍ର ପୃଷ୍ଟିଙ୍କ ତତ୍ୱାବଧାନରେ ଢେଙ୍କାନାଳର ନୂଆପୋଖରୀ ସ୍ଥିତ ସଂସ୍କୃତି ଭବନ ଠାରୁ ଏକ ଏସି ଟ୍ରାଭେଲର ଯୋଗେ ଭୁବନେଶ୍ୱର ଅଭିମୁଖେ ଶୁଖଃଦ ଯାତ୍ରା ପାଇଁ ଶୁବକାମନା ଜଣାଇ ଥିଲେ ।

ଉକ୍ତ ଯାତ୍ରାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅଶିଷ ମିଶ୍ର, ଅଶୋକ ଦଳବେହେରା, ଗଣେଶ୍ୱର ପ୍ରଧାନ, ରତ୍ନାକର ସାହୁ,ସରଳ କୁମାର ବେହେରା, ରବିନାରାୟଣ ଧୀର,ଖଗେଶ୍ୱର ମହାନ୍ତି,ପରୀକ୍ଷିତ ବିଶ୍ୱାଳ, ଦିଲୀପ କୁମାର ନାୟକ, ଶଶିଭୂଷଣ ବେହେରା, ରମାକାନ୍ତ ପରିଡା,ଜ୍ୟୋସ୍ନା ଦେହୁରୀ, ଅଶୋକ କୁମାର ସାହୁ,ଓ ପଦ୍ମଲୋଚନ ମହନ୍ତ ଙ୍କୁ ମିଶାଇ ୧୫ ଜଣଙ୍କୁ ନେଇ ଯାତ୍ରା ଆରମ୍ଭ ହୋଇଥିଲା । ଭୁବନେଶ୍ୱର ରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ରେ ଓଡ଼ିଶାର ୩୦ ଜିଲ୍ଲାରୁ ୧୧୦୦ ଦର୍ଶନାର୍ଥୀ ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

 

Leave a Reply

Your email address will not be published. Required fields are marked *