ପିକୋଳ  ରେ ରଜ ମହୋତ୍ସବ  

ସାଲେପୁର, ୧୬/୦୬/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ସାଲେପୁର ବ୍ଲକ ପିକୋଳ ଗୋରଖନାଥ ଯୁବକ ସଂଘ ପକ୍ଷରୁ ରଜମହୋବ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ମହେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ମେହେର ବାନ ଖାନ,ମୁଖ୍ୟଵକ୍ତା ଭାବେ  ସାମ୍ବାଦିକ ଅକ୍ଷୟ କୁମାର ଦାଶ ଯୋଗଦେଇ ରଜ ପର୍ବ ପାଳନର ମୌଳିକ ଦିଗ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଗ୍ରାମର କୁନି କୁନି ପିଲା ଓ ଯୁବକ ଯୁବତୀ ମାନଙ୍କ ଦ୍ଵାରା ନୃତ୍ୟ -ଗୀତ ପରିବେଷଣ କରାଯାଇଥିଲା । ଏହି ଉପଲକ୍ଷେ ନୃତ୍ୟ ଗୁରୁ ସୁଦର୍ଶନ ଭୋଇ, ନୃତ୍ୟ ଗୁରୁମା ବିଜୟଲକ୍ଷ୍ମୀ ରଣା ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସାମ୍ବାଦିକ ମହେଶ୍ୱର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ  ବୀରକିଶୋର ପାତ୍ର, ସନାତନ ବେହେରା, ବଳରାମ ବେହେରା, ତପନ ବେହେରା, କୈଳାଶ ବେହେରା, ବନମାଳୀ ବେହେରା, ପ୍ରର୍ଶୁରାମ ବେହେରା, ପଦ୍ମଭୂଷଣ ପ୍ରଧାନ, ଓମ ପ୍ରକାଶ ବେହେରା, ତାପସ ବେହେରା, ରୁଦ୍ର ପ୍ରତାପ ବେହେରା, ଦେବ ପ୍ରକାଶ ବେହେରା, ଚିନୁ ପାତ୍ର, ମୋହନ କୁମାର ପାତ୍ର, ଅଭିରାମ ବେହେରା,ଉପେନ୍ଦ୍ର ପ୍ରଧାନ, ରବିନ୍ଦ୍ର ବେହେରା, ବିଜୟ ବେହେରା, ବାଇଧର ବେହେରା,ଧୀରେନ୍ଦ୍ର ପାତ୍ର,ଅମେନ୍ଦ୍ର ବେହେରା, ଚନ୍ଦ୍ରମଣି ବେହେରା ପ୍ରମୁଖ ଯୁବକ ସଂଘ ର କର୍ମକର୍ତା ମାନେ ପରିଚାଳନା କରିଥିଲେ ।

 

Leave a Reply

Your email address will not be published. Required fields are marked *