ଧର୍ମ ପରାୟଣ ବ୍ୟକ୍ତି ଗଙ୍ଗାଧର ପୋଥାଳ ଙ୍କ ପରଲୋକ

ଭୁବନ,୦୭/୦୩/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧ ନମ୍ବର ୱାର୍ଡ ତହସିଲ କଲୋନୀ ନିବାସୀ ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ଗଙ୍ଗାଧର ପୋଥାଳ (୬୫) ଙ୍କ ର ଗୁରୁବାର ଅପରାହ୍ନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦେଢ଼ ବର୍ଷ ହେଲା କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ।

ଗତ ତିନିଦିନ ହେଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିଲେ । ସନ୍ଧ୍ୟାରେ ମର ଶରୀର ତାଙ୍କ ଘରକୁ ଅଣାଯିବା ପରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପାର୍ଥିବ ଶରୀରକୁ ସହର ପରିକ୍ରମା କରାଯାଇ ରଗଡ଼ି ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା।

ସ୍ବର୍ଗତ ଗଙ୍ଗାଧର ନିସନ୍ତାନ ଥିବାରୁ ତାଙ୍କ ପୁତୁରା ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ଗଙ୍ଗାଧର ଦୀର୍ଘ ବର୍ଷ ହେଲା ବୁଦ୍ଧେଶ୍ଵର ମନ୍ଦିର ଓ ଦକ୍ଷିଣକାଳୀ ମନ୍ଦିରକୁ ନିୟମିତ ଫୁଲ ଯୋଗାଉଥିଲେ ଓ କ୍ଲାସିକ କ୍ଲବ ଦୁର୍ଗା ପୂଜାରେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ । ସ୍ବର୍ଗତ ଗଙ୍ଗାଧର ଏକାଧାରରେ ଜଣେ ଧର୍ମ ପରାୟଣ,ପରୋପକାରୀ, ସ୍ନେହୀ, ଦୟାଳୁ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *