ଟାଟା ପାୱାର ର ଜୁଲମ ପ୍ରତିବାଦରେ ସି ପି ଆଇ ର ବିକ୍ଷୋଭ ପ୍ରଦର୍ଶନ 

ସାଲେପୁର,୦୭/୧୦/୨୦୨୪ ( ଓଡିଶା ସମାଚାର/ ଅଭୟ ଜେନା ) -ଟାଟା ପାୱାର ର କେତେକ କର୍ମଚାରୀ ମନମୁଖୀ ଜୁଲମ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ପ୍ରତିବାଦ ରେ ସାଲେପୁର ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମୁତାରିଫା ପଞ୍ଚାୟତ ର ପୂର୍ବତନ ସମିତିସଭ୍ୟ ଉଦୟ କେଶରୀ ବର୍ମା ଘରେ ନଥିବାବେଳେ ଘରେ ଥିବା ବୃଦ୍ଧା ମାତାଙ୍କ ସମେତ ପରିବାର ଅନ୍ୟମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ, ଧମକ ଚମକ ଦେବା ପ୍ରତିବାଦ ରେ ସି. ପି. ଆଇ ପକ୍ଷରୁ ଏହି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସି ପି ଆଇ ନେତା ଅମରେନ୍ଦୁ ମହାନ୍ତି,ଆଦିକନ୍ଦ ମଲ୍ଲିକ,ପୂର୍ଣ୍ଣିମା ମହାନ୍ତି,ରୁକସାନା ବେଗମ, ସି ପି ଆଇ ନେତା ଉଦୟ ବର୍ମା,ବିଦ୍ୟୁତ ଉପଭୋକ୍ତା ମଞ୍ଚ ର ରାଜ୍ୟ ଆବାହକ ରାଜକିଶୋର ମଲ୍ଲିକଙ୍କ ସମେତ ବହୁ ବାମପନ୍ଥୀ ନେତା ଓ କର୍ମୀ ଚାଇନା ମିଟର ପ୍ରତ୍ୟାହାର, ୩୦୦ ୟୁନିଟ ବିଦ୍ୟୁତ ବିଲ ଛାଡ଼, ଲୋ ଭୋଲ୍ଟେଜ ସମସ୍ୟା ଦୂର କରିବା ସହ ଜରିମାନା ଆଦାୟ ବନ୍ଦକରିବା ସମ୍ବଳିତ ଦାବିପତ୍ର ଶକ୍ତିମନ୍ତ୍ରୀଙ୍କ ଉଦେଶ୍ୟରେ ବିଦ୍ୟୁତ ବିଭାଗ ଏସ ଡି ଓ ଙ୍କୁ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *