କଦମ୍ଵେଶ୍ୱର ରଜ ମହୋତ୍ସବକୁ କମିଶନରେଟ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିବା ପ୍ରତିବାଦରେ କୋର୍ଟରେ ମାମଲା ରୁଜ୍ଜୁ ହେଵ-ପ୍ରଫେସର ମନୋଜ ନାୟକ

କଟକ ସଦର,୧୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା କଳପଡା କଦମ୍ଵେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗତବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବ୍ୟୟବହୁଳ ଓ  ଆକର୍ଷଣୀୟ ରଜ ମହୋତ୍ସବ ର ସମସ୍ତ ପ୍ରସ୍ତୁତି ସରିଥିଲା ବେଳେ ଶେଷ ମୁହୂର୍ତ୍ତରେ କଟକ କମିଶନରେଟ ଡିସିପି ଅନୁମତି ଦେଇ ରାଜନୈତିକ ଚାପରେ ଫେରାଇ ନେଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ରଜ ମହୋତ୍ସବ ବନ୍ଦ ହେବା କାରଣରୁ ଆୟୋଜକ କମିଟିର ସଭାପତି ତଥା କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି ଆଜି କଟକ ନୂଆଵଜାର ତିନିଘରିଆ ଗୋଶାଳା ରୋଡରେ ଥିବା ଦୁଲାଦେଵୀ ମଣ୍ଡପ ଠାରେ ଆୟୋଜିତ ଭରପୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

ଏଠାରେ ଜନସାଧାରଣଙ୍କ ସାମ୍ବିଧାନିକ ଅଧିକାର ୧୯-କ ଏଵଂ ୧୯-ଗ ର ସିଧାସଳଖ ଭାବେ ଉଲଂଘନ କରାଯାଇଛି ବୋଲି ଉଲ୍ଲେଖ କରି ଏଵଂ ସେହି ଵୈୟାଳିସମୈ।ଜା ଵେଣ୍ଟକାର ଠାରେ ଗୋଚର ଜମି ଉପରେ ଅନ୍ୟ ଏକ ରଜ ମହୋତ୍ସବ ପାଳନ ପାଇଁ ପ୍ରଶାସନ କିପରି ଓ କାହା ସ୍ୱାର୍ଥରେ ଅନୁମତି ପ୍ରଦାନ କଲେ ତାକୁ ନେଇ ମନୋଜ ନାୟକ ପ୍ରଶ୍ନ ଉଠାଇଥିଲେ। ଏଥିପାଇଁ ସଂଗଠନ ଆଗାମୀ ଦିନରେ ଜନସାଧାରଣଙ୍କ ପାଖକୁ ଯିବ ବୋଲି ସୂଚନା ଦିଆଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶରତ ରାୟ,ଵିଜୟ ନାୟକ, ଆନନ୍ଦ ବେହେରା, ମନୋରଞ୍ଜନ ମହାପାତ୍ର ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *