ଭୁବନେଶ୍ୱର, ୦୬/୧୨/୨୦୨୪ (ଓଡ଼ିଶା ସମାଚାର)- ନିଖିଳ ଓଡ଼ିଶା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରାତ୍ର ଜଗୁଆଳି-ପିଅନ ଭାବରେ ପ୍ରତ୍ୟେକ ବ୍ଲକରେ କାର୍ଯ୍ୟକରି ଆସୁଥିବା ୩୦ ଗୋଟି ଜିଲାର ସମସ୍ତ କର୍ମଚାରୀମାନେ ରାଜ୍ୟ ଆବାହକ ଶ୍ରୀ ଦିଗମ୍ବର ଜେନାଙ୍କ ନେତୃତ୍ୱରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ କରି ୭ଦଫା ଯଥା- ବେତନ ବୃଦ୍ଧି କରାଯିବା, ନିୟମିତ ଭାବରେ ପ୍ରତି ମାସରେ ଦରମା ଦିଆଯିବା, ସମସ୍ତ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା କରାଯିବା, ସମସ୍ତ କର୍ମଚାରୀମାନଙ୍କ ଇ.ପି.ଏଫ୍. କଟାଯିବା, ଦୀର୍ଘଦିନ ଧରି ବକେୟା ଥିବା ଦରମା ତୁରନ୍ତ ପ୍ରଦାନ କରାଯିବା । ଦୀର୍ଘ ୨୫ ବର୍ଷ ଧରି ଅଦ୍ୟାବଧି ଶୃଙ୍ଖଳାର ସହିତ କାର୍ଯ୍ୟ କରିଆସୁଥିବାରୁ ଯଥାଶୀଘ୍ର ନିୟମିତ କରାଯିବା, ଚାକିରୀ ସମୟରେ ହଠାତ୍ ଆକସ୍ମିକ ଦୁର୍ଘଟଣାରେ ମୃତୁ୍ୟବରଣ କଲେ ପରିବାରଙ୍କୁ କ୍ଷତିପୂରଣ ରାଶି ପ୍ରଦାନର ବ୍ୟବସ୍ଥା ସହିତ ଅବସରକାଳୀନ ପେନ୍ସନ୍ ବ୍ୟବସ୍ଥା ଆଦି ଦାବିପତ୍ର ପ୍ରଦାନ କରାଯାଇଛଇ । ଏବଂ ମନ୍ତ୍ରୀ ବିଭାଗୀୟ କମିଶନଙ୍କ ସହିତ ଆଲୋଚନା କରି ବିହିତ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ପ୍ରଭାତ ରଂଜନ ମହାନ୍ତି, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାସ, କୋଷାଧ୍ୟକ୍ଷ ବିଶ୍ୱନାଥ ନାଗ, ଲାବଣ୍ୟନିଧି ସାହୁ, ହେମନ୍ତ ନାୟକ, ରାଧାକାନ୍ତ ଜାଏ ଦେବରାଜ ପାତ୍ର ସୁବାଷ ଚନ୍ଦ୍ର ପଟ୍ଟନାୟକ, ବୈକୁଣ୍ଠ ତରାଇ, ଘାସିରାମ, ସୁଦର୍ଶନ ସାହୁ, ନିରାକାର ସାଠୁଆ, ସନ୍ତୋଷ କୁମାର ଦଳାଇ, ପ୍ରମୋଦ କୁମାର ସେଠୀ, ଲିଙ୍ଗରାଜ ଡାକୁଆ, ହରପ୍ରସାଦ ପଣ୍ଡା, ସନ୍ଦିପ ବେହେରା, ପ୍ରଭାତ ସ୍ୱାଇଁ, ଜୟମଲ ନାୟକ ପ୍ରମୁଖ ୩୦ ଗୋଟି ଜିଲାର ପ୍ରତିନିଧିମାନେ ଯୋଗଦେଇଥିଲେ ।