ଜଗତସିଂହପୁର ୧୪/୦୬/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ବିଭୂ ପ୍ରସାଦ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସାଂପୁର ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା | ସହକାରୀ ଶ୍ରମ ଅଧିକାରୀ ଅତିଥି ପରିଚୟ ପ୍ରଦାନ କରି ନିଜର ବକ୍ତବ୍ୟ ରଖିଥିଲେ | ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିଡିଡି ଚନ୍ଦନା ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ମାଗଣାରେ କିପରି ଆଇନ ସେବା ଜିଲ୍ଲା ଆଇନ ସେବା ପ୍ରାଧିକରଣରୁ ପାଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ ସାଂପୁର ପଞ୍ଚାୟତର ସରପଞ୍ଚ ଧନ୍ୟବାଦ ପ୍ରଦାନ କରି ସଭା ଉଦଯାପନ କରାଯାଇଥିଲା |
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
